କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଧୁମଧାମରେ ପାଳିତ ହୋଇ ଯାଇଛି କଟକ ଥୋରିଆ ସାହି ଆଣ୍ଠୁଆ ଗୋପାଳଙ୍କ ଦୋଳ ଉତ୍ସବ ଓ ମେଲଣ । ୨୫ ଦିଗ ଭାଗ ଚତୁର୍ଦଶ ମେଲଣରେ ବହୁ ମଣ୍ଡଳର ଅଧିକାରୀଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀ ଓ ସାହି ବୁଦ୍ଧିଜୀବୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ବହୁ ଆଡମ୍ବର ସହକାରେ ସମ୍ପାଦନ କରିଛନ୍ତି । ଏହି ଉତ୍ସବ କଟକ ସହର ରେ ହଜାର ବର୍ଷରୁ ଅଧିକ ସମୟ ଧରି ପାଳିତ ହୋଇ ଆସୁଛି । ଏହି ଉତ୍ସବରେ ଘରେ ଘରେ ପିଠାପଣା ସହ ଅତିଥି ଚର୍ଚ୍ଚା ମଧ୍ୟ ହୋଇଥାଏ । ଚଳିତବର୍ଷ ଏହି ଉତ୍ସବରେ ପ୍ରାୟ ୧୦ ହଜାରରୁ ୧୫ ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା ବୋଲି ସାହି ଅଧିକାରୀ ସନ୍ତୋଷ ଛାଟୋଇ, ମହନ୍ତ ରବୀନ୍ଦ୍ର ସାହୁ, କଟୁଆଳ ବିଜୁ ବାରିକ, କୈଳାସ ପାଣିଗ୍ରାହୀ ପ୍ରମୁଖ ସୂଚନା ଦେଇଛନ୍ତି ।