ଫେସ୍‌ବୁକ୍‌ ‘ଆମ ପରିବାର’ ପକ୍ଷରୁ ରକ୍ତଦାନ ଶିବିର !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଫେସ୍‌ବୁକ୍‌ ସାମାଜିକ ସଙ୍ଗଠନ ‘ଆମ ପରିବାର’ ପକ୍ଷରୁ ଟାଉନ୍‌ ହଲ୍‌ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ‘ଆମ ପରିବାର’ର ଆଡମିନ୍‌ ତଥା ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ଶିବିରରେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଡକ୍ଟର ସତ୍ୟ ରାୟ,ସମାଜସେବୀ ସୁକାନ୍ତ କୁମାର ସାହୁ,ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ,ସମାଜସେବୀ ଡକ୍ଟର ଦ୍ବୀପାୟନ ପଟ୍ଟନାୟକ,ବ୍ୟଙ୍ଗକବି ଡକ୍ଟର୍‌ ଧର୍ମଛଡ଼ା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ‘ଆମ ପରିବାର’ ପକ୍ଷରୁ ସୁଲୋଚନା ମହାନ୍ତି,ପ୍ରଭାତ ମହାପାତ୍ର,ନିର୍ମଳା ପଟ୍ଟନାୟକ, ସୁପ୍ରଭା ଦାସ,ରୋଜାଲିନ୍‌ ମହାପାତ୍ର, ଯସ୍ମିନ ମିଶ୍ର,ମମତା ଦାଶ,ଗୁରୁଦେବ ବେହେରା, ଅଶ୍ୱିନୀ ବିଶ୍ୱାଳ,ବିମଳ ମହାପାତ୍ର,ଜୟନ୍ତ କୁମାର ଦାଶ, ପ୍ରକାଶ ବେହେରା,ମନୋଜ ସାହୁ, ଜ୍ୟୋତିର୍ମୟୀ ମଣ୍ଡଳ,ଶକୁନ୍ତଳା ସାହୁ, ଆଶାଲତା ସାହୁ,ମନୋଜ ରାଉଳ, ରଶ୍ମିତା ରଶ୍ମି,ସୁଶାନ୍ତି ସେଠୀ, ମନଲତା ମହାପାତ୍ର,ନରେଶ ସ୍ୱାଇଁ, ଗଜେନ୍ଦ୍ର ମଲ୍ଲିକ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଏସ୍‌ସିବି ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଜଗନ୍ନାଥ ସାହୁ,ଟେକ୍‌ନିସିଆନ୍‌ ରାମଚନ୍ଦ୍ର ଖଟୁଆ,ଷ୍ଟାଫ୍‌ନର୍ସ ଶୁଭଶ୍ରୀ ଖଟୁଆ, କାନନବାଳା ମହାନ୍ତି,ପଙ୍କଜିନୀ ସାମଲ, ରଶ୍ମିରଞ୍ଜନ ପ୍ରଧାନ ଓ ବି.ପି. ଘୋଷ୍‌ ଶିବିରରେ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତା-ଜୀବନଦାତା ଭାବେ ଭିକାରି ଚରଣ ମଲ୍ଲିକ, ପ୍ରଦୀପ ଦାସ,ସଞ୍ଜୀବ ମଲ୍ଲିକ, ଅଶ୍ବିନୀ ବିଶ୍ବାଳ,ଗଜେନ୍ଦ୍ର ମଲ୍ଲିକ, କୁମାରେଶ ରୟ,ଜନିରଞ୍ଜନ ରାଉତ, ଆଶାଲତା ସାହୁ, ମମତା ଦାଶ, ହିତେଶ କୁମାର ଜେନା, ଜ୍ୟୋତିପ୍ରକାଶ ମହାନ୍ତି, ମନଲତା ମହାପାତ୍ର,ସୌମ୍ୟଜିତ୍‌ ଶତପଥୀ, ସନ୍ତୋଷ କୁମାର ମଲ୍ଲିକ, ସୌମ୍ୟରଞ୍ଜନ ମହାରଣା,ଶୁଭଶ୍ରୀ ପ୍ରଧାନ,ପ୍ରିୟଙ୍କା ଲେଙ୍କା,ରାଜେଶ ସାମନ୍ତରାୟ, ସ୍ମୃତି ସାମନ୍ତରାୟ, ସମୀର ସ୍ବାଇଁ, ନିରଞ୍ଜନ ବେହେରା, ଘନଶ୍ୟାମ ବରାଳ,ବିଶ୍ବଜିତ ରାଉତ, ସତ୍ୟରଞ୍ଜନ ପ୍ରଧାନ,ଉଦୟରଞ୍ଜନ ସ୍ବାଇଁ, ମନୋଜ କୁମାର ରାଉତ, ସେକ୍‌ ଅନୀଲ୍‌, ଶ୍ରୀମନ୍ତ ପାଲ୍‌, ଜ୍ଞାନରଞ୍ଜନ ପ୍ରଧାନ ଓ ରୁଦ୍ରାକ୍ଷ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ ।

Leave a Reply

Your email address will not be published. Required fields are marked *