ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବ୍ୟବସାୟ ପ୍ରତିଷ୍ଠାନରେ ଘରୋଇ ଗ୍ୟାସ ସିଲିଣ୍ଡର ର ବହୁଳ ବ୍ୟବହାର ହେଉଛି ! ସବୁଜାଣି ନିଦା ବିଷ୍ଣୁ ପାଲଟିଛି ବିଭାଗ ! ଘରୋଇ ବ୍ୟବହାର ପାଇଁ ଆସୁଥିବା ଗ୍ୟାସ ସିଲିଣ୍ଡର ର ବହୁଳ ମାତ୍ରାରେ ବ୍ୟବସାୟ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବାର ଦେଖିବାକୁ ମିଳିଛି । ସହରର ଚାହା ଦୋକାନ, ଟିଫିନ ଦୋକାନ, ଷ୍ଟଲ, ହୋଟେଲ, ରେଷ୍ଟୋରେଣ୍ଟ, ଫାଷ୍ଟ ଫୁଡ଼ ଭଳି ବିଭିନ୍ନ ସ୍ଥାନରେ ବହୁଳ ମାତ୍ରାରେ ଏହାର ବ୍ୟବହାର ହେଉଛି । ବ୍ୟବସାୟୀ ମାନେ କମରସିଆଲ ସିଲିଣ୍ଡର ବ୍ୟବହାର କରିବା କଥା , କିନ୍ତୁ ତାହା ବ୍ୟବହାର ହଉ ନଥିବା ଅଭିଯୋଗ ହେଉଛି । ଏମାନଙ୍କୁ ସହଯୋଗ କରୁଛନ୍ତି ଗ୍ୟାସ ବିତରଣ କେନ୍ଦ୍ର ବୋଲି ଅଭିଯୋଗ ହେଉଛି । ମାତ୍ର ବିଭାଗ ସବୁ ଜାଣି ଚୁପ ବସିଛି । କମରର୍ସିଆଲ ସିଲିଣ୍ଡର ବ୍ୟବହାର ନାମ କୁ ମାତ୍ର ବୋଲି ଚର୍ଚ୍ଚା ହେଉଛି ।ପ୍ରକାଶ ଥାଉକି ସହରର ପ୍ରତ୍ୟେକ ହୋଟେଲରେ ବଡ଼ ସିଲିଣ୍ଡର ଥାଏ କିନ୍ତୁ ତାହା ବ୍ୟବହାର ହୋଇ ନ ଥାଏ । ଯାଞ୍ଚ ହେଲେ ପାଖରେ ଥିବା ସିଲିଣ୍ଡର ଟିକୁ ଅଧିକାରୀ ଙ୍କୁ ଦେଖେଇବାକୁ ରଖଥାନ୍ତି ବୋଲି ଅଭିଯୋଗ ହେବା ସହ ବିଭାଗ ଦୀର୍ଘ ଦିନ ହେଲା ଯାଞ୍ଚ ନ କରିବା ଅଭିଯୋଗ ହେଉଛି ।
ବ୍ୟବସାୟ ପ୍ରତିଷ୍ଠାନରେ ଘରୋଇ ଗ୍ୟାସ ସିଲିଣ୍ଡର ର ବହୁଳ ବ୍ୟବହାର : ବିଭାଗ ସବୁଜାଣି ନିଦା ବିଷ୍ଣୁ ପାଲଟିଛି !!!

