ୟୁ ଟ୍ୟୁବର ମୋନାଲିସା ଙ୍କୁ ମହଙ୍ଗା ପଡିଲା ବନ୍ୟଜନ୍ତୁ ସୁରକ୍ଷା ଆଇନ ଭାଙ୍ଗିବା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୟୁ ଟ୍ୟୁବର ମୋନାଲିସା ସାହୁ ଙ୍କୁ ମହଙ୍ଗା ପଡିଲା ବନ୍ୟଜନ୍ତୁ ସୁରକ୍ଷା ଆଇନ ଭାଙ୍ଗିବା ! ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ମାମଲା ରୁଜୁ ପରେ , ଆତ୍ମ ସମର୍ପଣ କଲେ ଦମ୍ପତି ! ଗିରଫ କରି କୋର୍ଟ ଚାଲାଣ କଲା ବିଭାଗ ! ୟୁ ଟ୍ୟୁବର ମୋନାଲିସା ସାହୁ ଏବଂ ତାଙ୍କ ସ୍ୱାମୀ ବନ୍ୟ ଆଇନ ଭାଙ୍ଗିବା ଘଟଣାରେ ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ୟୁ ଟ୍ୟୁବର ମୋନାଲିସାଙ୍କ ଘର ଉପରେ ବନ ବିଭାଗ ପକ୍ଷରୁ ବନ୍ୟ ଆଇନ ଭାଙ୍ଗିବା ଅଭିଯୋଗରେ ଚଢ଼ାଉ କରିଥିଲେ l ବନ୍ୟଜନ୍ତୁ ରଖିବା ସହିତ ସେମାନଙ୍କ ସହିତ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି । ବନ ବିଭାଗ ପକ୍ଷରୁ ଏହି ଘଟଣାକୁ ନେଇ 275/24ରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଥିଲେ l ଏହି ଘଟଣାକୁ ନେଇ ମୋନାଲିସା ଓ ତାଙ୍କ ସ୍ୱାମୀ ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମ ସମର୍ପଣ କରିଥିଲେ l ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ ଦର୍ଶାଇ ଯାଜପୁର ଟାଉନ ଜିଲ୍ଲା ଓ ଦୌରା ଜର୍ଜ କୋର୍ଟ ଚାଲାଣ କରିଥିବା ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *