ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ବକୁ ମମତ୍ୱର ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଆଜକୁ ଦୀର୍ଘ ଦିନ ଧରି ସଂଗ୍ରାମ ଜାରି ରଖିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲ ପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ବିଶ୍ବରେ ମାନଵବାଦର ପ୍ରଚାର ପ୍ରସାର ନିମନ୍ତେ ବିଭିନ୍ନ ଦେଶର ଆଞ୍ଚଳିକ ସ୍ତରରେ ଶାଖା କାର୍ଯ୍ୟାଳୟ ମାନ ଖୋଲି ଫାଉଣ୍ଡେସନର କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଜି ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ଚହଲାପଦା ଠାରେ ଶ୍ୟାମାଖୁଣ୍ଟା ଅନୁମଣ୍ଡଳ ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇ ଅଛି। ଏହି ଅବସରରେ ଶ୍ୟାମାଖୁଣ୍ଟା ବ୍ଲକର ନବ ନିଯୁକ୍ତ ସଂଯୋଜକ ତ୍ରିଲୋଚନ ନାଏକଙ୍କ ନେତୃତ୍ବରେ ଏକ ଉଦ୍ଘାଟନୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆଲୋଚକ ଭାବରେ ଝାରଖଣ୍ଡ ରାଜ୍ୟ ସଂଯୋଜକ ସରୋଜ କୁମାର ନାଏକ, ପୋକ ନାଏକ, ଗୌର ନାଏକ, ସମୁନାଥ ନାଏକ, ଲାଲ୍ ମୋହନ ନାଏକ, ଜଗବନ୍ଧୁ ନାଏକ, ଘନଶ୍ୟାମ ନାଏକ, ଦୁଃଖୀରାମ ନାଏକ, ପ୍ରଫୁଲ୍ଲ ନାଏକ,ପ୍ରଭାସ କୁମାର ନାଏକ, ରାଜୁ ନାଏକ, ସଞ୍ଜୟ ନାଏକ, ମଙ୍ଗଲ୍ ନାଏକ, ସୁଦର୍ଶନ ମଙ୍ଗଳ ଆଦି ଯୋଗଦାନ କରି ଚିନ୍ମୟ ଫାଉଣ୍ଡେସନର କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଉତ୍ତର ଓଡ଼ିଶା ସଂଯୋଜକ ସୁଶାନ୍ତ ନାଏକଙ୍କ ନେତୃତ୍ବରେ ଚାନ୍ଦୁଆ ବ୍ଲକର ଦରଦରା ଏବଂ କଠାଲିଆ ଠାରେ ଏବଂ ରରୁଆଁ ବ୍ଳକ୍ ସଂଯୋଜିକା ମାମି ନାଏକଙ୍କ ନେତୃତ୍ବରେ ମଣନ୍ଦା ଵିଉଁରିଆ ଠାରେ ମୁକ୍ତାକାଶ ସାଂସ୍କୃତିକ ଖଳା, ହାଟ ଓ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏଥିରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ନଗର ଭ୍ରମଣ ସହ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇ ଅଛି। କଠାଳିଆ ଠାରେ ଆୟୋଜିତ ଆଲୋଚନା ଚକ୍ରରେ ସୁରେନ୍ଦ୍ର ଭୋଇ, କାଳୀ ଚରଣ ଭୋଇ, କୁମର ଚରଣ ଭୋଇ, କଟିନ ନାଏକ, ହାଡିବନ୍ଧୁ ସି, ଦରଦରା ଠାରେ କମଳାକାନ୍ତ ଧୀର, ବିଘ୍ନେଶ୍ୱର ଧୀର, ଭୁବନେଶ୍ୱର ଧୀର,ରାଇବୁ ଧଳ,ବିମଳ ଦାସ, ଭରତ ଦାସ, ଗଣେଶ୍ୱର ନାଏକ, ଅଷ୍ଟ କୁମାର୍ ନାଏକ , ମଣନ୍ଦା ବିଉଁରିଆ ଠାରେ ପ୍ରଫୁଲ୍ଲ ନାଏକ, ବେଣୁଧର ନାଏକ, ଆରତ ନାଏକ, ଲିକୁ ନାଏକ, ଲିଲୁ ନାଏକ, ସୁଇସ୍ ନାଏକ, ବାବୁନ ନାଏକ, ଡାକତର ନାଏକ ଆଦି ଆଲୋଚକ ଭାବରେ ଯୋଗଦାନ କରିଥିଲେ। ସମଗ୍ର ବିଶ୍ବକୁ ସାଂସ୍କୃତିକ, ଆଧ୍ୟାତ୍ମିକ, ବୃତ୍ତିଗତ,ସଂସ୍କାରଗତ, ସାମାଜିକ ଶିକ୍ଷା ମାଧ୍ୟମରେ ଯୋଡିବା ସହ ଭାଇଚାରା ଭାବ ସୃଷ୍ଟି କରି ବିଶ୍ୱ ମାନବବାଦର ପ୍ରଚାର ପ୍ରସାର କରିବା ହେଉଛି ଚିନ୍ମୟ ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।
ଉତ୍କଳ ଦିବସ ପାଳନ ସହ ଚିନ୍ମୟ ଫାଉଣ୍ଡେସନର ଶ୍ୟାମାଖୁଣ୍ଟା ଅନୁମଣ୍ଡଳ ଶାଖା ଉଦ୍ଘାଟନ ଓ ବିଭିନ୍ନ ସ୍ଥାନରେ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ !!!

