ମାଲକାନଗିରି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମାଲକାନଗିରି ଜିଲ୍ଲା ରୁ ଆସିଲା ଦୁଇଟି ସାଙ୍ଘାତିକ ଖବର ! ଏମ ଭି 53 ଗାଁ ରେ ଘଟିଗଲା ଅଘଟଣ , ଲୋଭ ଦେଖାଇ ନାବାଳିକା ସହ ଅନୈତିକ ସମ୍ପର୍କ ! ସମୟକ୍ରମେ ନାବାଳିକା ଅନ୍ତଃସତ୍ଵା ହେବାରୁ ଗର୍ଭପାତ ପାଇଁ ଉଦ୍ୟମ ! ମାତ୍ରାଧିକ ରକ୍ତସ୍ରାବ ହୋଇ ନାବାଳିକାର ମୃତ୍ୟୁ ! ଘଟଣା ନେଇ ଅଭିଯୋଗ ହେବା ପରେ , ପୁଲିସ ର କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ କରିଛି ବ୍ୟଥିତ ! ଶବ ବ୍ୟବଚ୍ଛେଦ ପରେ ଏକ ଅଟୋ ଚାଳକକୁ ଶବ ହସ୍ତାନ୍ତର କରି ପୁଲିସ ସାରି ଦେଲା ତାର କାମ ! ସାଇଣ୍ଟିଫିକ ରିପୋର୍ଟ ପାଇଁ ପରୀକ୍ଷା ହେବାକୁ ଯିବାକୁ ଥିବା ଅଙ୍ଗକୁ ମଧ୍ୟ ଦାୟିତ୍ବହୀନ ଭାବରେ ଏକ ବ୍ୟାଗରେ ଭର୍ତ୍ତି କରି ଦେଇଦେଲା ! ସେହିପରି ମାଲକାନଗିରି ଏମ ଭି 7 ଗାଁ ରେ ଏକ ଘରୋଇ ଛାତ୍ରୀନିବାସରେ ଜଣେ ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ଆସିଛି ! ଘଟଣାକୁ ଆତ୍ମହତ୍ୟାର ରୂପ ଦେଇ ପୁଲିସ ବସିଯାଇଛି ଚୁପ ହୋଇ ! ଉଭୟ ଘଟଣା ସମ୍ପର୍କରେ ଅଭିଯୋଗ ପାଇ ଅଗ୍ରଣୀ ମହିଳା ସଂଗଠନ ଜଷ୍ଟିସ ଫର ଓମେନ ର ମୁଖ୍ୟ ସଂଚାଳିକା ଡ଼ ସିପ୍ରା ହୀରା ପହଂଚିଥିଲେ ମାଲକାନଗିରିରେ ! ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ଦାବୀ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପରେ ଉକ୍ତ ହଷ୍ଟେଲ କୁ ସିଲ କରାଯିବା ସହିତ ତଦନ୍ତ ପାଇଁ ଆଦେଶ ଦିଆଯାଇଛି !


