ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ରେ ଜନ ଜାଗରଣ ପଦଯାତ୍ରା ଆରମ୍ଭ ! ପଦଯାତ୍ରା ରେ ବଡମ୍ବା ନରସିଂହପୁର ର ବିଜେଡି ବିଧାୟକ ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ଯୋଗଦେଇ ଶତାଧିକ କର୍ମୀଙ୍କ ସହ ମୁଗଗହୀର ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମ କୁ ଯାଇ ଘର ଘର ବୁଲି ସଚେତନ କରାଇଥିଲେ । ବ୍ଲକ ସଭାପତି ରବୀନ୍ଦ୍ର କୁମାର ସାହୁ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବନେତା ଆଶିଷ ସାହୁ, ବ୍ଲକ ଅଧକ୍ଷ ରଘୁପତି ମହାନ୍ତି, ମୁଗଗହୀର ପଞ୍ଚାୟତ ର ସରପଞ୍ଚ କଳ୍ପନା ଚୌଧୁରୀ, ସମିତିସଭ୍ୟ ସୁନିତା ଚୌଧୁରୀ, ବ୍ଲକ ସଂଯୋଜକ ସଦାନନ୍ଦ ସ୍ୱାଇଁ, ଉପାଧ୍ୟାକ୍ଷା ଙ୍କ ପ୍ରତିନିଧି ସୁଶାନ୍ତ ଜେନା, ଶଙ୍ଖାମେରୀ ସରପଞ୍ଚ ମାନସ ମୁଦୁଲିଙ୍କ ସହ ପଞ୍ଚାୟତ ର ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ ।
ବଡମ୍ବା ବ୍ଲକ ରେ ଜନ ଜାଗରଣ ପଦଯାତ୍ରା ଆରମ୍ଭ !!!

