ହାତୀବାରି ଦଳେଇ ସାହିରେ ଅଗ୍ନିକାଣ୍ଡ : ତିନି ବଖରା ଘର ଜଳି ସମ୍ପୂର୍ଣ୍ଣ ନଷ୍ଟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ତହସିଲ ଅନ୍ତର୍ଗତ ହାତୀବାରି ଦଳେଇ ସାହିରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ଦଳେଇ ସାହି ବାସିନ୍ଦା କୁନା ଦଳେଇଙ୍କ ଘରେ ଅଚାନକ ନିଆଁ ଲାଗି ଯାଇଥିଲା । କୁନା ଦଳେଇଙ୍କ ଘରେ ଲାଗିଥିବା ନିଆଁକୁ ସ୍ଥାନୀୟ ଗ୍ରାମବାସୀ ଆୟତ୍ତ କରିବାରେ ବିଫଳ ହେବାରୁ ତୁରନ୍ତ ସୁକିନ୍ଦା ଅଗ୍ନିଶମ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥଲେ । ସୁକିନ୍ଦା ଆଗ୍ନିକ କାର୍ଯ୍ୟାଳୟର ଅଧିକାରୀ ରଜନୀକାନ୍ତ ସାମଲ ସୂଚନା ପାଇ ଏକ ସ୍ବତନ୍ତ୍ର ଟିମ୍ ନେଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିବା ବେଳକୁ କୁନା ଦଳେଇଙ୍କ ତିନି ବଖରା ଘର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା !

Leave a Reply

Your email address will not be published. Required fields are marked *