ନାମନଗଡ଼ ପଞ୍ଚାୟତର ମୁଖ୍ୟ ରାସ୍ତା ମରାମତି ସକାଶେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ନାମନଗଡ଼ ପଞ୍ଚାୟତ ଅଧିବାସୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର ଅଧିବାସୀମାନେ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାସ୍ତା ସମସ୍ୟା ନେଇ ପଞ୍ଚାୟତ ଅଧିବାସୀମାନେ ଗଣମାଧ୍ୟମକୁ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇ ଥିବା ସୂଚନା ଦେଇଛନ୍ତି ଯେ ପାରଳାଖେମୁଣ୍ଡି ଠାରୁ ନାମନଗଡ଼ ମୁଖ୍ୟ ରାସ୍ତା ଖାଲଖମା ହୋଇଯାଇଛି।ଦୀର୍ଘ 10 ବର୍ଷ ହେଲା ଗନାଗମାନ କରୁଛୁ ।ହେଲେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଥିବାରୁ ଯିବା ଆସିବା ରେ ବହୁ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ପଞ୍ଚାୟତ ମୁଖ୍ୟ ରାସ୍ତାକୁ ଯଥାଶୀଘ୍ର ମରାମତି କରିବା ସକାଶେ ପଞ୍ଚାୟତ ଅଧିବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।ଏହି ସମସ୍ୟା ନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *