ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବିଜେପି ସାଂସଦ ପ୍ରାର୍ଥୀ ଭତୃହରି ମହତାବ ଏବଂ ବଡମ୍ବା ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଙ୍କ ବିଶାଳ ରୋଡ଼ ସୋ । ଆଞ୍ଚଳିକ ଦଳ ବିଜେଡିର ହାତ ଛାଡ଼ି ରାଷ୍ଟ୍ରୀୟ ଦଳ ବିଜେପି ରେ ଯୋଗ ଦେଇଛନ୍ତି ଭତୃହରୀ ମହତାବ ! ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମ ବଡ଼ମ୍ବା ଗସ୍ତ , ରାଷ୍ଟ୍ରୀୟ ବିଜେପି ଦଳରେ ମିଶିବା ପରେ ତାଙ୍କୁ ବିଜେପି ର କଟକ ସାଂସଦ ପ୍ରାର୍ଥୀ ରୂପେ ଟିକେଟ ପ୍ରଦାନ କରାଯାଇଛି । ଟିକେଟ ମିଳିବା ପରେ ଆଜି ଦଳୀୟ କର୍ମୀ ମାନଙ୍କୁ ନେଇ ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ପ୍ରଥମ ରୋଡ଼ ସୋ ଆରମ୍ୱ କରିଥିଲେ । ବଡ଼ମ୍ବା ବିଧାରପୁର ଠାରୁ ଅଧିଷ୍ଟ୍ରାତ୍ରି ଦେବୀ ମା ଭଟ୍ଟାରିକା ପର୍ଯ୍ୟନ୍ତ ରୋଡ଼ ସୋ ର ହୋଇଥିଲା । ବିଧାରପୁର ଠାରେ ବିଜେପି ସାଂସଦ ପ୍ରାର୍ଥୀ ଭତୃହରୀ ମହତାବ ପହଞ୍ଚିବା ପରେ ତାଙ୍କୁ ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଏବଂ ସହସ୍ରାଧିକ ବିଜେପି କର୍ମୀ ଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସେଠାରୁ ବିଜେପି ଦଳୀୟ କର୍ମୀ ମାନଙ୍କ ସହ ବାଇକ୍ ରାଲିରେ ଭଟ୍ଟାରିକା ଅଭିମୁଖେ ବାହାରିଥିଲେ। ମାଣିଆବନ୍ଧ ଠାରେ ଦଳୀୟ କର୍ମକର୍ତ୍ତା ଙ୍କ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଶ୍ରୀଯୁକ୍ତ ମହତାବ ବିଶାଳ ଶୋଭାଯାତ୍ରାରେ ବଡ଼ମ୍ବା ରେ ପହଞ୍ଚିଥିଲେ । ବଡ଼ମ୍ବା ଗାନ୍ଧୀଛକ ଠାରେ ଗାନ୍ଧି ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଭଟ୍ଟାରିକା ଯିବା ବାଟରେ ସ୍ଥାନୀୟ ଅସନ୍ତୁଷ୍ଟ ବିଜେପି କର୍ମୀ ମାନେ ବିଜେପି ଦଳରେ ଯୋଗଦେଇ ବିଧାୟକ ଟିକେଟ ପାଇଥିବା ସମ୍ବିତ ତ୍ରୀପାଠୀ ଙ୍କୁ ବଡ଼ମ୍ବା ତେଲିସାହି ଛକ ଓ କରଡିବନ୍ଧ ଠାରେ ବିରୋଧ କରିବାରୁ କିଛି ସମୟ ରାସ୍ତା ରେ ଅଟକିବାକୁ ପଡ଼ିଥିଲା ଶ୍ରୀଯୁକ୍ତ ମହତାବ ଙ୍କୁ । ଗୋଟିଏ ପଟେ ଅସନ୍ତୁଷ୍ଟ ବିଜେପି କର୍ମୀ ମାନେ ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଗୋ ବ୍ୟାକ୍ ନାରା ଦେଉଥିବା ବେଳେ ଅନ୍ୟ ପଟେ ଅସନ୍ତୁଷ୍ଟ ବିଜେପି କର୍ମୀ ସାଂସଦ ପ୍ରାର୍ଥୀ ମହତାବ ଜିନ୍ଦାବାଦ ନାରା ଦେଉଥିଲେ । ଶ୍ରୀଯୁକ୍ତ ମହତାବ ଅସନ୍ତୁଷ୍ଟ ବିଜେପି କର୍ମୀ ଙ୍କୁ ବୁଝାବୁଝି କରିବା ପରେ ସେଠାରୁ ଦୁଇ ପ୍ରାର୍ଥୀ ମା ଭଟ୍ଟାରିକା ଦର୍ଶନ ପାଇଁ ବାହାରିଥିଲେ । ମା ଭଟ୍ଟାରିକା ଙ୍କୁ ଦର୍ଶନ କରିବା ସହିତ ମା ଙ୍କ ଆଶୀର୍ବାଦ ନେଇଥିଲେ ।
ବଡମ୍ବା ରେ ବିଜେପି ର ବିଶାଳ ନିର୍ବାଚନୀ ରୋଡ଼ ସୋ !!!

