କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲା ଓୟୁଡ୍ଲୁଜେ ପକ୍ଷରୁ ସ୍ଥାନୀୟ ଚୌଧୁରୀ ବଜାର ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରେ ନୂତନ କର୍ମକର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗୋଳମାଳର ସମ୍ପାଦକ ମାଧବ ଚନ୍ଦ୍ର ସ୍ୱାଇଁ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ, ମହାନଗର ନିଗମ କମିଟି ର ସଭାପତି ଭାବରେ ପିଟିଆଇର ପ୍ରତିନିଧି ସାମ୍ବାଦିକ ଗୁରୁପ୍ରସାଦ ଦାସ ନିର୍ବାଚିତ ହୋଇଛନ୍ତି । କଟକ ଜିଲ୍ଲା ସଂପାଦକ ସାମ୍ବାଦିକ କମଳାକାନ୍ତ ଦାଶଙ୍କ ତତ୍ୱାବଧାନରେ ରାଜ୍ୟ ସଭାପତି ସଂଜୟ ଦାସ, କେନ୍ଦ୍ରୀୟ ଉପାଧ୍ୟକ୍ଷ ରଜନୀ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ସାମ୍ବାଦିକ କୃଷ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ଉପ-ସଭାପତି ତଥା ଦୈନିକ ‘ହିମ୍ମତ୍’ ଖବରକାଗଜର ପରିଚାଳନା ସଂପାଦକ ହରଷ କୁମାର ସାହୁ ପ୍ରମୁଖ ଯୋଗଦାନ କରି ନବ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶପଥ ପାଠ କରାଇଥିଲେ । ଏଥିରେ ଅନ୍ୟମାନଙ୍କ ଭିତରେ ସାମ୍ବାଦିକ ବିସ୍ମୟ ନନ୍ଦ, ହେମଲତା ସିଂହ, ଦେବାଶିଷ ରାୟ, ସଞ୍ଜିବ କୁମାର ସିଂହ, ଜିତେନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସାମ୍ବାଦିକ ମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ଦିଗରେ ରାଜ୍ୟ କର୍ମକର୍ତ୍ତାଙ୍କୁ ଜଣାଇଥିଲେ । ଠିକ୍ ସେହିପରି ରାଜ୍ୟ କର୍ମକର୍ତ୍ତା ମଧ୍ୟ ସଂଘର ଆଭିମୁଖ୍ୟ ନିୟମାବଳୀ ଏବଂ ଆଗାମୀ ଦିନରେ ସଂଘର କାର୍ଯ୍ୟଧାରା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ସମସ୍ତଙ୍କୁ ଚତୁର୍ଥ ସ୍ତମ୍ଭର ଲକ୍ଷ୍ମଣରେଖା ନ ଡେଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ମନୋରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
କଟକ ଜିଲ୍ଲା ଓୟୁଡ୍ଲ୍ୟୁଜେ ପକ୍ଷରୁ ନୂତନ କର୍ମକର୍ତ୍ତା ନିର୍ବାଚିତ !!!

