ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର ଏଜୁକେସନ୍ ସେଣ୍ଟର ମିଳିତ ଆନୁକୁଲ୍ୟରେ ଜଳଛତ୍ର ଉଦ୍ଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ରାଜବାଟି ସାମ୍ନାରେ ଏକ ଜଳଛତ୍ର ହରିମୋହନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇସାରିଛି । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ.ଭାରତୀ ପାଣିଗ୍ରାହୀ, ତନୁଜା ଶତପଥୀ ( ସମ୍ପାଦିକା,ପ୍ରଗତି ) ,ବିଚିତ୍ରାନନ୍ଦ ବେବର୍ତ୍ତା, ଲୋକନାଥ ମିଶ୍ର,(ୟୁ.ଟେକ୍, ପରିଚାଳକ) ଲିଙ୍ଗରାଜ ପାଣିଗ୍ରାହୀ,(ହେଲ୍ପ) ଭାଗବତ ପାଢ଼ୀ, ମୁରଲୀଧର ପରିଚ୍ଛା, ମାନସୀ ପଣ୍ଡା, ଶରତ ପ୍ରଧାନ ,ଜସ୍ଵିନ ଶେଖ୍, ପ୍ରଫୁଲ୍ଲ ବେବର୍ତ୍ତା, ମୀନା ଖଡଗରାଇ, କବିତା ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ଜଳ ହିଁ ଜୀବନ , ଜଳ ସୁରକ୍ଷା ଜୀବନ ରକ୍ଷା ନାରା ମଧ୍ୟ ଦିଆଯାଇ ପଥିକଙ୍କୁ ସଚେତନ କରାଯାଇଥିଲା । ଏହି ଜଳ ସେବା ଜୁନ ୧୫ / ୨୦୨୪ ଯାଏଁ ଚାଲୁ ରହିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *