ନୟାଗଡ କଂଗ୍ରେସ ପ୍ରାର୍ଥୀଙ୍କ ରଘୁନାଥ ଦର୍ଶନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଙ୍କୁ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଏନ୍ଏସି ର ଦଳୀୟ କାର୍ଯ୍ୟକର୍ତା ମାନେ ଓଡ଼ଗାଁ ରଘୁନାଥ ମନ୍ଦିର ଠାରେ ଠାରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ବାଣ ଫୁଟାଇ, ପରସ୍ପର ମିଠା ଖୁଆଇ ନୟାଗଡ ରେ କଂଗ୍ରେସ ବାନା ଉଡାଇ ଦଳୀୟ ମନୋନୀତ ପ୍ରାର୍ଥୀ ମାଟିର ପୁଅ ରଣଜିତ ଦାଶ ଙ୍କୁ ଜିତାଇବା ପାଇଁ ସଂକଳ୍ପ ନେଇଥିଲେ l ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପିସିସି ସାଧାରଣ ସମ୍ପାଦକ ହୁସେନ ଖାନ, ବରିଷ୍ଠ ନେତା ଲଷ୍ମୀଧର ତ୍ରିପାଠୀ, ନୟାଗଡ ବ୍ଲକ ସଭାପତି ଫକୀର ଚରଣ ମଲ୍ଲ, ଓଡଗାଁ ବ୍ଲକ ସସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ସୋସିଆଲ ମିଡିଆ ସେଲ୍ ଅଧ୍ଯକ୍ଷ ଦିଲ୍ଲୀପ୍ କୁମାର ବିଶୋଇ, କଂଗ୍ରେସ ନେତା ପତିଆ ପଲେଇ, ଆଦି କଂଗ୍ରେସ ନେତାଙ୍କ ସମେତ ପ୍ରାୟ ତିନି ଶହ ରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *