ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ମହାପ୍ରୟାଣ ଦିବସ ପାଳିତ ! ପବିତ୍ର ରାମ ନବମୀ ତିଥି ରେ ଓଡିଶାର ଲୌହ ମାନବ ନାମରେ ପରିଚିତ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ମହା ପ୍ରୟାଣ ଦିବସ ବଡ଼ମ୍ବା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ବଡ଼ମ୍ବା – ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । କାର୍ଯ୍ୟକ୍ରମ ରେ ବଡ଼ମ୍ବା ବ୍ଳକ୍ ସଭାପତି ରବୀନ୍ଦ୍ର କୁମାର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ସାଂସଦ ଙ୍କ ପ୍ରତିନିଧି ସଦାନନ୍ଦ ସ୍ୱାଇଁ ଙ୍କ ସମେତ ଅଞ୍ଚଳ ର ବହୁ ସରପଞ୍ଚ , ସମିତି ସଭ୍ୟ , ବହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅମର ଆତ୍ମ ର ସଦଗତି କାମନା କରିବା ସହ ଆଜିର ଦିନରେ କର୍ମୀ ମାନଙ୍କୁ ଏକ ଶପଥ କାର୍ଯ୍ୟକ୍ରମ କରାଯାଇଥିଲା । ପରେ ସଂକୀର୍ତନ ପରିବେଷଣ କରାଯାଇଥିଲା ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ମହାପ୍ରୟାଣ ଦିବସ ପାଳିତ !!!

