ଅବକାରୀ ବିଭାଗର ଚଢ଼ାଉ : ଏରା କୋରୁଆ ଅଞ୍ଚଳରୁ ବିପୁଳ ପରିମାଣର ବେଆଇନ ମଦ ଜବତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଅବକାରୀ ବିଭାଗର ଚଢ଼ାଉ , ଏରା କୋରୁଆ ଅଞ୍ଚଳରୁ ବିପୁଳ ପରିମାଣର ବେଆଇନ ମଦ ଜବତ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଏରା କୋରୁଆ ନିକଟରୁ ବେଆଇନ ମଦ କାରବାରରେ ପ୍ରକାଶ ମଲ୍ଲିକ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳ ସମୟରେ ୩୨ ବର୍ଷୀୟ ଯୁବକ ପ୍ରକାଶ ମଲ୍ଲିକଙ୍କ ପାଖରୁ ୮୦ ଲିଟର ବିଅର ଏବଂ ୨୦ ଲିଟର ବିଦେଶୀ ମଦ ଜବତ କରିଛି କେନ୍ଦ୍ରାପଡ଼ା ଅବକାରୀ ବିଭାଗ । କେନ୍ଦ୍ରାପଡ଼ା ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା।ବାରମ୍ବାର ବେଆଇନ ମଦ, ବ୍ରାଉନ ସୁଗାର ଭଳି ନିଶା କାରବାରରେ ଲିପ୍ତ ରହିଥିବା ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇପାରିଛି ବିଭାଗ । ନରେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇ ପାରିଛନ୍ତି । ଆଜିର ଏହି ଅପରେଶନରେ ନରେଶ ପଣ୍ଡାଙ୍କ ନେତୃତ୍ୱରେ ଅଶୋକ କୁମାର ବେହେରା,ଦୀପକ ରଂଜନ ଦାସ,ଧନେଶ୍ଵର ମାରାଣ୍ଡି ଓ ସୁଭାସ୍ମିତା ସ୍ୱାଇଁ ପ୍ରମୁଖ ସାମିଲ ରହିଥିଲେ ।

Leave a Reply

Your email address will not be published. Required fields are marked *