ଗୋଶାଣୀ ବ୍ଳକ ଲାବଣ୍ୟଗଡ଼ ରେ ବିଜେପିର ବାଇକ୍ ରାଲି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା ।ଗୋଶାଣୀ ବ୍ଳକ ଲାବଣ୍ୟଗଡ଼ ଠାରୁ ଆରମ୍ଭ ହୋଇଥିବା ଏହି ବାଇକ୍ ରାଲିରେ ବହୁ ବିଜେପି ନେତା, କର୍ମୀ ଯୋଗ ଦେଇଥିଲେ । ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି କେ. ନାରାୟଣ ରାଓଙ୍କୁ ସମ୍ବର୍ଦ୍ଧନା ଦେଇ ବିଭିନ୍ନ ଗ୍ରାମାଞ୍ଚଳ ପରିକ୍ରମା କରିଥିଲେ । ଲାବଣ୍ୟଗଡ଼, ଗାରାବନ୍ଧ, ଗୁରାଣ୍ଡି, ଉପଲଡା, ତାତିପେଟୀ, ମାଛମରା, ପାଟିକଟା, ଯାଜପୁର ଆଦି ଗ୍ରାମ ଦେଇ ଶୋଭାଯାତ୍ରା ପାରଳାଖେମୁଣ୍ଡି ସହର ପହଞ୍ଚି ଥିଲେ । ପାରଳାଖେମୁଣ୍ଡି ସହର ପରିକ୍ରମା କରିବା ପରେ ବଜାର ଛକ ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *