ଅସନ୍ତୁଷ୍ଟ ବିଜେପି ଭୋଟ କୁ ହାତେଇ ପାରିଲେ ବଦଳିବ ବାଙ୍କୀ ରାଜନୀତି ସମୀକରଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ରାଜନୈତିକ ସ୍ଥିତି କୁ ନେଇ ବଢୁଛି ଉତ୍କଣ୍ଠା ! ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦୁଇ ପୁରୁଖା ନେତା ଓ ଜଣେ ନବାଗତ ! ନବାଗତ ହେଲେ ବିଜେପି ର ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ! ରାଜନୀତିରେ ନୂଆ ନହେଲେ ବି ବିଧାୟକ ପଦ ପାଇଁ ପ୍ରଥମ ଥର ଲଢ଼ୁଛନ୍ତି ! ତେବେ ଦୁଇ ପୁରୁଖା ନେତା କହିବାର ଅର୍ଥ ବିଜେଡିର ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଙ୍କୁ ଆମେ ପୁରୁଖା କହୁନାହୁଁ ! ବରଂ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କୁ ଆମେ ପୁରୁଖା କହୁଛୁ ! ବିଜେଡି ଟିକେଟ ତ ଦେବୀରଞ୍ଜନ ପାଇଛନ୍ତି , ପ୍ରଭାତ ତ୍ରିପାଠୀ ଲଢ଼ିବେ କେମିତି ! ଏ ପ୍ରଶ୍ନ ଉଠିବା ସ୍ଵାଭାଵିକ ! ତେବେ ଉତ୍ତର ମଧ୍ୟ ସ୍ପଷ୍ଟ , 2019 ରେ ଦଳୀୟ ଟିକେଟ ପାଇ ଲଢ଼ିଲେ ଓ ଜିତିଲେ ମଧ୍ୟ ଦେବୀରଞ୍ଜନ ତ୍ରିପାଠୀ ! ହେଲେ ନୂଆ ହୋଇଥିବାରୁ ଅନେକ ଜାଗାରେ ଝୁଂଟିଲେ ! ସ୍ଥିତି ସମ୍ଭାଳି ନେଲେ ବିଧାୟକଙ୍କ ବାପା , ବିଜେଡି ର ପୁରୁଖା ନେତା ତଥା ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ! ତେଣୁ ଚଳିତ ନିର୍ବାଚନରେ ଟିକେଟ ନପାଇ ମଧ୍ୟ ଦଳୀୟ କର୍ମୀ ଓ ଆଗ ଧାଡ଼ିର ନେତାଙ୍କ ପାଇଁ ପ୍ରାର୍ଥୀ ହେଲେ ପ୍ରଭାତ ତ୍ରିପାଠୀ ! ଆଉ ଜଣେ ପୁରୁଖା ନେତା ହେଲେ କଂଗ୍ରେସ ର ବରିଷ୍ଠ ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ ! ଏଥର ପୁରା ଦମ ରେ ନିର୍ବାଚନ ଲଢ଼ିବେ ବୋଲି ଆରମ୍ଭ କଲେଣି ପ୍ରସ୍ତୁତି ! ତେବେ ଚଳିତ ବର୍ଷର ଫଳାଫଳ ସଂପୂର୍ଣ୍ଣ ନିର୍ଭର କରିବ , ବାଙ୍କୀ ବିଜେପି ନେତାଙ୍କର ଭୋଟ ବ୍ୟାଙ୍କ କୋଉ ଚିହ୍ନ କୁ ଯିବ ତାହା ଉପରେ ! କାରଣ ବିଜେପି ଟିକେଟ ଘୋଷଣା ପରେ ବିଧାୟକ ପଦ ପାଇଁ ପ୍ରାର୍ଥୀ ଦୌଡରେ ଥିବା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସମର୍ଥକ ରାଜ୍ୟ କାର୍ଯ୍ୟାଳୟରେ ଯେପରି ହଙ୍ଗାମା କଲେ , ତାଙ୍କର ବିଧାୟକ ଭୋଟ ପଦ୍ମ ଚିହ୍ନକୁ କେବେ ବି ଯିବ ନାହିଁ ! ଆଉ ଜଣେ ବିଜେପି ନେତା ହେଲେ ଅଜୟ ସ୍ୱାଇଁ , 2014 ରେ ଦଳୀୟ ଟିକେଟ ପାଇ ନିର୍ବାଚନ ମଧ୍ୟ ଲଢ଼ିଥିଲେ ! ଏପର୍ଯ୍ୟନ୍ତ ତାଙ୍କ ମତାମତ ସ୍ପଷ୍ଟ ହୋଇ ନଥିଲେବି , ଶୁଭ୍ରାଂଶୁ ପାଢ଼ୀଙ୍କ ସଂଗେ ଯୋଗାଯୋଗରେ ଅଛନ୍ତି ବୋଲି ସୂଚନା ମିଳିଛି ! ଏମିତି ଗୋଳମାଳିଆ ପରିସ୍ଥିତିରେ ଯଦି , ଅସନ୍ତୁଷ୍ଟ ବିଜେପି ଭୋଟ କୁ ଦେବାଶିଷ ବାବୁ ହାତେଇ ଦେଇ ପାରିଲେ ତେବେ , 2024 ରେ 2004 ର ପୁନରାବୃତ୍ତି ହେଇପାରେ ବୋଲି ରାଜନୀତି ସମୀକ୍ଷକ କହୁଛନ୍ତି !

Leave a Reply

Your email address will not be published. Required fields are marked *