ସୁକିନ୍ଦା ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାଜପଥ କଡରେ ନିଆଁ ଲାଗି ଟ୍ରକ ଜଳି ସମ୍ପୂର୍ଣ୍ଣ ନଷ୍ଟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାଜପଥ କଡରେ ରାତି 2 ଘଟିକା ସମୟରେ ଏକ କୋଇଲା ବୋଝେଇ ଟ୍ରକ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ମହମ୍ମଦ ଅଖତର ନାମକ ବ୍ୟକ୍ତି ତାଙ୍କ ଟ୍ରକକୁ ସୁକିନ୍ଦା ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାଜପଥ କଡରେ ଥିବା ଗ୍ୟାରେଜରେ ରଖିଥିଲେ । ହଠାତ ସେହି ଟ୍ରକରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଲୋକେ ତୁରନ୍ତ ସୁକିନ୍ଦା ଅଗ୍ନିଶମ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥଲେ । ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଟ୍ରକ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *