ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଏସପି ରାହୁଲ ଜୈନ ଙ୍କ ନିର୍ଦ୍ଦେଶ କ୍ରମରେ ଟାଉନ ଥାନା ପୋଲିସ ସହର ଓ ଆଖ ପାଖ ଗାଁ ଦୁର୍ଗାପ୍ରସାଦ ଠାରୁ ଆରମ୍ଭ କରି ସିନ୍ଦୁରିଆ, ଦେଉଳ ପଲ୍ଲୀ ମୁଖ୍ୟ ଛକ ଦେଇ ଚଣ୍ଡୀବସ୍ତ ଗାଁ ଅଞ୍ଚଳ ରେ ଫ୍ଲାଗ ମାର୍ଚ୍ଚ କରି ଥିବାର ସୂଚନା ମିଳିଛି । ଏହି ଫ୍ଲାଗ ମାର୍ଚ୍ଚ ନୟାଗଡ଼ ଟ୍ରାଫିକ ଛକ ନିକଟରେ ଶେଷ ହୋଇଥିଲା । ଆଗାମୀ ନିର୍ବାଚନ କିଭଳି ଶାନ୍ତି ପୂର୍ଣ୍ଣ ଭାବରେ ସମାପନ ହେବ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଥା ଏସଡିପିଓ କହିଛନ୍ତି ! ଆଜିର ଏହି ଫ୍ଲାଗ ମାର୍ଚ୍ଚ ରେ ଦୁଇ ପ୍ଲାଟୁନ ଆଇ ଆର ବି , ଏକ ପ୍ଲାଟୁନ ଜିଲ୍ଲା ପୋଲିସ ଓ ଥାନା ର ସମସ୍ତ ଅଧିକାରୀ ମାନେ ସାମିଲ ଥିଲେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ ସମୟ ରେ ବେଆଇନ ଚୋରା ମଦ ସହିତ ଅସାମାଜିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ କରାଯିବା ପାଇଁ ଫ୍ଲାଗ ମାର୍ଚ୍ଚ ଓ ଗାଡି ମଟର ଚେକିଂ କରାଯାଉଛି। ଏହା ଦ୍ୱାରା ଅବାଧ ନିଶା କାରବାର ସହିତ ବିଭିନ୍ନ ଅସାମାଜିକ କାର୍ଯ୍ୟ ରେ ଅଙ୍କୁଶ ଲଗାଯାଇ ପାରିବ।

