ନୟାଗଡ଼ ରେ ବିଜେଡି କରିବ ଫ୍ଲାଗ ମାର୍ଚ୍ଚ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ରେ ବିଜେଡି କରିବ ଫ୍ଲାଗ ମାର୍ଚ୍ଚ ! ଯୋଗ ଦେବେ ହଜାର ହଜାର କର୍ମୀ ! ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନ ଜିତିବା ପାଇଁ ପ୍ରତ୍ୟେକ ଦଳ ପକ୍ଷରୁ ଚାଲିଛି ଅଙ୍କ କଷା । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପ୍ରଚାର କାର୍ଯ୍ୟକୁ ଯୋରଦାର କରିବାରେ ଲାଗିଛି । ପ୍ରତ୍ୟେକ ସଭାସମିତିରେ ବହୁ ମହିଳା ମାନେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ବିଜେଡିକୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ଆପଣାଇଛି ନୂଆ ପନ୍ଥା । ଆସନ୍ତା ୨୮ ତାରିଖ ରବିବାର ନୟାଗଡ଼ ରେ ବିଜେଡି କରିବ “ଫ୍ଲାଗ ମାର୍ଚ୍ଚ” । ଏଥି ନିମନ୍ତେ ବିଜୁ ଜନତା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି !

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ନୟାଗଡ଼ ବ୍ଲକ ଓ ନୟାଗଡ଼ ପୌରାଞ୍ଚଳର ନେତା ଓ କର୍ମୀ ମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ଡ. ସାହୁ ନିର୍ବାଚନକୁ ଏକ ଯୁଦ୍ଧ କ୍ଷେତ୍ର ଭାବେ ଲଢ଼ିବାକୁ ପଡିବ ବୋଲି ପ୍ରକାଶ କରିଥିଲେ । ସମସ୍ତ କର୍ମୀ ଓ ନେତା ମାନେ କଠିନ ପରିଶ୍ରମ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଜିର ପ୍ରସ୍ତୁତି ବୈଠକ ନିଷ୍ପତି କ୍ରମେ ନୟାଗଡ଼ ପୌରାଞ୍ଚଳର ସମସ୍ତ ୱାର୍ଡ ଓ ନୟାଗଡ଼ ବ୍ଲକର ୨୯ ଗୋଟି ପଞ୍ଚାୟତର କର୍ମୀ ଓ ନେତା ମାନେ ଆସନ୍ତା ୨୮ ତାରିଖ ଫ୍ଲାଗ ମାର୍ଚ୍ଚରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି । ହଜାର ହଜାର କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସହମତି ପ୍ରକାଶ ପାଇଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରୁ ଚାଲି ଚାଲି ନୟାଗଡ଼ ଜଗନ୍ନାଥ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର, ଯୁବ, ବରିଷ୍ଠ ନାଗରିକ ଓ ମହିଳା ମାନେ ସାମିଲ ହେବେ । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକର ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟ୍ଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲାପରିଷଦ ସୁବାଷ କଅଁର, କ୍ଷୀରୋଦ କୁମାର ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ସଭାପତି ଗଙ୍ଗାଧର ପଣ୍ଡା, ନୟାଗଡ଼ ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ବିଜେଡି ନେତ୍ରୀ ମାଳତୀ ଗୁରୁ, ନୟାଗଡ଼ ପୌରାଞ୍ଚଳର ସମସ୍ତ କାଉନସିଲର ଓ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *