ଇଟାମାଟି ରେ ରକ୍ତଦାନ ଶିବିର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଅଲଟ୍ରାଟେକ ସିମେଣ୍ଟ , ମାରୁଆଡ଼ି ମହିଳା ସମିତି ଇଟାମାଟି, ମାରୁଆଡି ସମାଜ ଇଟାମାଟି ଓ ରାଜକିଶୋର ରାଧାମଣି ସ୍ମୃତି ସଂସଦ, ଇଟାମାଟି ମିଳିତ ଉଦ୍ୟମ ରେ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା | ନୟାଗଡ ବିଧାୟକ ଡ଼. ଅରୁଣ କୁମାର ସାହୁ ଏହି ଶିବିର କୁ ଉଦଘାଟନ କରିଥିଲେ | ପୁଷ୍ପା ଦେବୀ ଅଗ୍ରୱାଲ ଓ ଅଲଟ୍ରାଟେକ ସିମେଣ୍ଟ ର ମୁଖ୍ୟ ସୀତାରାମ ସାର ଯୋଗ ଦେଇଥିଲେ ! ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ , କିଶୋର ନାୟକ, ଉମେଶ ଚନ୍ଦ୍ର ସାହୁ, ପ୍ରଦୀନ ସାହୁ ,ବିଶ୍ୱନାଥ ମହାପାତ୍ର, ଭାଗିରଥି ବାଇ ,ମିଶନ ଶକ୍ତି ର ମା ମାନେ ଓ ଶ୍ରୀଗଣେଶ ଯାତ୍ରା କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ | ଶିବିର ର ମୁଖ୍ୟ ଉଦ୍ୟକ୍ତl କ୍ରିଷ୍ଣା କୁମାର ଅଗ୍ରୱାଲ , ସୁନିତା ଅଗ୍ରୱାଲ ସମସ୍ତ ଅତିଥି ଓ ନୟାଗଡ ରକ୍ତ ଭଣ୍ଡାର ର ସମସ୍ତ ସଦସ୍ୟ ଓ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ | ଏହି ଶିବିର ରେ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |

Leave a Reply

Your email address will not be published. Required fields are marked *