ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ର ଅଗ୍ରଣୀ ସ୍ଵଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା, ନାତିଡ଼ି ତାଳଚେର ପକ୍ଷରୁ ପବିତ୍ର ମା ହିଙ୍ଗୁଳା ଯାତ୍ରା ଅବସର ରେ ସାଉଥ ବଲଣ୍ଡl ମେନ ରୋଡ଼ ଛକ ନିକଟରେ ଜଳଛତ୍ର କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ସଦ୍ୟସ୍ୟ ସୁମନ୍ତ କୁମାର ବେହେରା, ଶିବ ସୁନ୍ଦର କର, ପଦ୍ମଲୋଚନ ଡୋରା ଜାଳିଆ ନାୟକ,ସୁମନ୍ତ ବନ୍ଦ୍ରା, ସୋମ୍ୟରଞ୍ଜନ ପଟ୍ଟନାୟକ, ଫିରୋଜ କୁମାର ସାହୁ, ଗଣେଶ ପଣ୍ଡା, ସତ୍ୟାନଦ କୁଟାର,ସଞ୍ଜୟ ବାରିକ,ମୋହନ ମୁନି,ପ୍ରଣବନ୍ଧୁ ବେହେରା ଗୌରୀ ଶଙ୍କର ବାରିକ,ସୁଦର୍ଶନ ବେହେରା ଯୋଗ ଦାନ କରିଥିଲେ। ଆଜି ଦିନ ଭକ୍ତ ମାନଙ୍କୁ ଦହି ସର୍ବତ, ଗ୍ଲୋକଜ୍ ପାଣି, ତରଭୁଜ,ଆଦି କାର୍ଯ୍ୟକ୍ରମ କରାଯାଇଥିଲା।ଏଥି ରେ ଅନୁଷ୍ଠାନ ସଦ୍ୟସ୍ୟ ତାଳଚେର ଓ ଅନୁଗୁଳ ଜିଲ୍ଲାର ବହୁ ବାଦ୍ୟାନ ବ୍ୟକ୍ତି ଙ୍କ ସାହାଯ୍ୟ ସହଯୋଗ କରିଥିଲେ। ଏହି ପରି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଥିଲା ।
ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ !!!

