ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ତିଥି ଅବସରରେ ସୁକିନ୍ଦାଗଡ ରାମ ମନ୍ଦିର କମିଟି ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ରଥ ନଗର ପରିକ୍ରମା ଭବ୍ୟ ଶୋଭାଯାତ୍ରା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ଫଟୋ ରଖି ସୁକିନ୍ଦାଗଡ ପରିକ୍ରମା କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଶହ ଶହ ପୁରୁଷ, ମହିଳା, ଯୁବ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଜୟ ଶ୍ରୀରାମ ନାରାରେ ସୁକିନ୍ଦାଗଡ଼ ବିଭିନ୍ନ ସାହି ଓ ରଥଦାଣ୍ଡ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଛି । ପବିତ୍ର ରାମନବମୀ ଠାରୁ ରାମ ମନ୍ଦିରରେ ରାମଲୀଳା ପାଠ କରାଯାଏ । ପ୍ରଭୁଙ୍କ ରାଜ୍ୟାଭିଷେକ ତିଥି ସର୍ବସାଧାରଣଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଆୟୋଜକ କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।
ସୁକିନ୍ଦାଗଡରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଶୋଭାଯାତ୍ରା ମହାଆଡ଼ମ୍ବରରେ ଅନୁଷ୍ଠିତ !!!

