ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣି ପାଇଁ ରାୟଗଡ ବ୍ଳକ ଲାଇଲାଇ ପଞ୍ଚାୟତର ସାନଲୋବା କାର୍ଜିସାହି ଗ୍ରାମବାସୀ ପାଣି ସକାଶେ ପ୍ରତିବାଦ କରିଛନ୍ତି । ଦିର୍ଘ ଦିନ ହେଲା ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ନହେବା ଯୋଗୁଁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ବିଶୁଦ୍ଧ ପାନୀୟ ଜଳ ସକାଶେ ନିବେଦନ କରିଛନ୍ତି । ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହୁଏ ତାହା ହେଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ମାଠିଆ ଧରି ପାଣି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ !!!

