କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ସାରା ଓଡିଶା ଏବେ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ । ଚାରିଆଡ଼େ ହାହାକାର, ସମସ୍ତ ଙ୍କୁ ପାଣି ର ଆବଶ୍ୟକତା । ଶ୍ରେଷ୍ଠ ପ୍ରାଣୀ ମଣିଷର ପାଟି ଖୋଲୁଥିବାରୁ ସେ ପାଣିର ଆବଶ୍ୟକତା ଅତି ସହଜରେ ହାସଲ କରିଥାଏ । ଯେଉଁ ମାନଙ୍କର କହିବାର ଶକ୍ତି ନାହିଁ ସେମାନଙ୍କର କଣ ପାଣି ର ଆବଶ୍ୟକ ନାହିଁ। ଗ୍ରୀଷ୍ମ ଋତୁରେ ଏହି କଥା କୁ ଶ୍ରେୟ କରି କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଭାଈ ମାନେ ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ର ସୁବିଧା କରିଥଲେ । କେନ୍ଦ୍ରାପଡା ସହର ର ଅନତି ଦୂର ଧଉଡିଆ ବନ୍ଧ ଓ ତାର ଆଖ ପାଖ ଅଞ୍ଚଳରେ ଥିବା ବୃକ୍ଷ ମାନଙ୍କରେ ମାଟି ପାତ୍ର ବାନ୍ଧି ତା ମଧ୍ୟ ରେ ପାଣି ରଖିଥିଲେ । ସୁଦୂର ଆଳୀ ଅଂଚଳର ଦିବ୍ୟଙ୍ଗ ବ୍ୟକ୍ତି ଗୋଲଖ ବିହାରୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି ସେବା କାର୍ଯ୍ୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ହରିହର ନାୟକ, ଆଲୋକ କୁମାର ମଲ୍ଲିକ, ମନୋଜ କୁମାର ରାଉତ, ପ୍ରତାପ ବେହେରା ଓ ସହଦେବ ଭାଈ ପ୍ରମୁଖ ଉପସ୍ଥିତ ଥିଲେ ।