ସଦର ବ୍ଲକ୍ ପ୍ରଶାସନକୁ ଅଭିଯୋଗ ପରେ ମଧ୍ୟ ଗୋଚର ଜମିରେ ନିର୍ମାଣ ଜାରି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଥାନା ଅନ୍ତର୍ଗତ ୬ ଟି ପଞ୍ଚାୟତର ଗ୍ରାମୀଣ ଦେବା ଦେବୀ ପୀଠ ଗୁଡ଼ିକ ଉନ୍ନତିକରଣ ପାଇଁ ସରକାରୀ ଯୋଜନାରେ ପ୍ରତି ପଞ୍ଚାୟତକୁ ଏକ କୋଟି ଆର୍ଥିକ ଅନୁଦାନ ମିଳିଥିଲା । ଏହି ଯୋଜନାରେ କେତେକ ଖଳ ପ୍ରକୃତିର ଠିକାଦାର ଗୋଷ୍ଠୀ ସରକାରୀ ନିୟମ ଉଲଙ୍ଘନ କରି ମଠ ମନ୍ଦିର ନାମରେ ଦୂରରେ ଥିବା ସ୍ଥିତିବାନ ଜମି ପଟ୍ଟା ଦେଇ ଗୋଚରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କାର୍ଯ୍ୟଗୁଡ଼ିକର ସ୍ଥାୟୀତ୍ବ ଓ ଭବିଷ୍ୟତ ନେଇ ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଫେବୃୟାରୀ ମାସ ୨୯ ତାରିଖରେ ସୂଚନା ଅଧିକାର ଆଇନ ବଳରେ ୫ ଟି ପ୍ରକଳ୍ପର ସମସ୍ତ ତଥ୍ୟ ପାଇଁ ଆବେଦନ କରିଥିଲେ । କିନ୍ତୁ ଆଜିକୁ ଦୀର୍ଘ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ସୂଚନା ପ୍ରଦାନ କରିପାରି ନାହାନ୍ତି । ବାରମ୍ବାର ଏହି ବିଷୟରେ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ସୂଚନା ନ ଦେବା ପାଇଁ ବିଭିନ୍ନ ପ୍ରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକ ଦୃତ ଗତିରେ ନିର୍ମାଣ ଚାଲିଛି । ଏହି ପ୍ରକଳ୍ପ ଗୁଡ଼ିକର ଭବିଷ୍ୟତ ଓ ସ୍ଥାୟୀତ୍ବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ କାର୍ଯ୍ୟଗୁଡ଼ିକ ଯାଞ୍ଚ କରିବା ପାଇଁ ୪୨ ମୌଜା ବାସୀ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *