ବାଙ୍କୀ କଂଗ୍ରେସ ପକ୍ଷରୁ ଦୁଲଣାପୁର ଗ୍ରାମପଞ୍ଚାୟତରେ ମୋଟର ସାଇକେଲ ଶୋଭାଯାତ୍ରା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ କଂଗ୍ରେସ ପକ୍ଷରୁ ଦୁଲଣାପୁର ଗ୍ରାମପଞ୍ଚାୟତରେ ମୋଟର ସାଇକେଲ ଶୋଭାଯାତ୍ରା ! ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ପଞ୍ଚାୟତରେ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ମୋଟର ସାଇକେଲ୍ ଶୋଭାଯାତ୍ରା କରି ନିର୍ବାଚନ ପ୍ରଚାର କରିଛନ୍ତି ! ଦୁଲଣାପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା କଟକ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି କୁବେର ଚୌଧୁରୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି ମୋଟର ସାଇକେଲ୍ ଶୋଭାଯାତ୍ରାରେ ଦୁଲଣାପୁର ପଞ୍ଚାୟତର ଦୁଲଣାପୁର , ବାରବାଟି, ଅରପୁର ଗ୍ରାମର ବିଭିନ୍ନ ୱାର୍ଡ ରେ ପ୍ରଚାର କରାଯାଇ କଂଗ୍ରେସ ଦଳକୁ ଜିତାଇବା ପାଇଁ ଭୋଟର ମାନଙ୍କୁ ଅନୁରୋଧ କରିଥିଲେ ପ୍ରାର୍ଥୀ । ଏହି କାର୍ଯ୍ୟକ୍ରମରେ ଯୁବନେତା ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଡ଼ଃ ସ୍ମୃତିରଞ୍ଜନ ଲେଙ୍କା , ତ୍ରିନାଥ ସୂର୍ଯ୍ୟମଣି ନାୟକ, ବିଜୟ କୁମାର ସାହୁ, ସମର କେଶରୀ ମହାପାତ୍ର, ଦୀପକ ସାହୁ, ସିପୁନ ନାୟକ, ଯୁବନେତା ଚିନ୍ମୟ ରଞ୍ଜନ ଚୌଧୁରୀ, ସଂକ୍ଷିପ୍ତ ନାୟକ, ନିରଞ୍ଜନ ସାହୁ , ସୁଶୀଳ ସାହୁ ଙ୍କ ସମେତ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ମାନେ ଯୋଗଦେଇ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *