ଟାଟା ପ୍ଲାଣ୍ଟ ପରିସରରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟାଟା ପ୍ଲାଣ୍ଟ ପରିସରରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ! କଳିଙ୍ଗନଗର ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ପରିସରରୁ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଟାଟା ଷ୍ଟିଲ କତୃପକ୍ଷଙ୍କ ସୂଚନା ମୁତାବକ ୱାଗନ ଟିପଲର୍ ରୁ ମାଲ ଅନଲୋଡ ବେଳେ ମାଲ ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ବାହାରିଥିଲା । ଟାଟା ଷ୍ଟିଲ କତୃପକ୍ଷ ଏହି ଦୃଶ୍ୟ ଦେଖି ତୁରନ୍ତ କଳିଙ୍ଗନଗର ପୋଲିସକୁ ସୂଚନା ଦେଇଥିଲେ । କଳିଙ୍ଗନଗର ପୋଲିସ ସୂଚନା ପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି !

Leave a Reply

Your email address will not be published. Required fields are marked *