ସର୍ପାଘାତରେ ମୃତକଙ୍କ ପରିବାରକୁ ସହାୟତା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ପେରୁପାଙ୍ଗ ଗ୍ରାମ ର ଭାଗ୍ୟବତୀ ଶବର ଗତ 9 ତାରିଖ ରେ ଘର ବାଡ଼ିରେ ଜାଳେଣି ପାଇଁ କାଠ ଆଣିବାକୁ ଯିବା ସମୟରେ ଏକ ବିଷଧର ନାଗ ସାପ କାମୁଡିବା ଫଳରେ ଘଟଣା ସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ! ମୃତ ମହିଳାଙ୍କ ବୟସ 52 ତାଙ୍କର 3 ଟି ଝିଅ ଓ ଗୋଟିଏ ପୁଅ l ଅତ୍ୟନ୍ତ ଗରିବ ଶ୍ରେଣୀ ର ହେଇଥିବାରୁ ତାଙ୍କ ଶୁଦ୍ଧିକ୍ରିୟା କରିବା ପାଇଁ ମଧ୍ୟ ଅସମର୍ଥ ହୋଇ ପଡ଼ିଥିଲେ ପରିବାର ଲୋକେ ! ଖବର ପାଇ ଏଟିଏଚ ରକ୍ସ ପରିବାର ରାଜ୍ୟ ଉପସଭାପତି ତଥା ଗୁଣୁପୁର ପ୍ରତିନିଧି ଆଦିତ୍ୟ ନାରାୟଣ ମିଶ୍ର ତାଙ୍କ ଘରେ ପହଞ୍ଚି ନଗଦ ଦଶ ହଜାର ଟଙ୍କା , ଚାଉଳ ଓ କିଛି ପନିପରିବା ଇତ୍ୟାଦି ଦେବା ସହିତ ପରିବାର ଙ୍କୁ ସାନ୍ତନା ଦେଇଥିଲେ l

Leave a Reply

Your email address will not be published. Required fields are marked *