ଚିନ୍ମୟ ଫାଉଣ୍ଡେସନର ୨୧୮ ଓ ୨୧୯ତମ ସପ୍ତାହର କାରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ସହ ୬୧ତମ ସମୀକ୍ଷା ବୈଠକ !!!

0
111

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ଦୀର୍ଘ ୧୫୩୩ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ସଚେତନତା ସହ କୋଭିଡ୍ କିଟ୍ ବଣ୍ଟନ ଜାରି ରଖିଛି ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନର ଅନ୍ୟ ଏକ କାର୍ଯ୍ୟକ୍ରମ ମିଶନ ଅମୃତ ହସ୍ତମ ମାଧ୍ୟମରେ ଦୁଃଖୀ, ଦରିଦ୍ର,ଅସହାୟ ମାନଙ୍କୁ ରିଲିଫ୍ ସେବା ମଧ୍ୟ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ନିରବଚ୍ଛିନ୍ନ କାର୍ଯ୍ୟକ୍ରମର ଦିନ ସଂଖ୍ୟା ୧୫୨୦ରୁ ୧୫୩୩ ପର୍ଯ୍ୟନ୍ତ ଚଉଦ ଦିନ ଧରି ଅର୍ଥାତ୍ ୧୯ ମଇ ୨୦୨୪ରୁ ୦୧ ଜୁନ୍ ୨୦୨୪ ପର୍ଯ୍ୟନ୍ତ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲୁ ରହିଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ ଓ ସର୍ବେଶ୍ଵର ଜେନାଙ୍କ ଏହି କାର୍ଯ୍ୟକ୍ରମକୁ ଚାଲୁ ରଖିଛନ୍ତି । ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ ୧୫୨୫ତମ ଦିବସର ୬୧ତମ ସମୀକ୍ଷା ବୈଠକ ଗତ ୨୪ ମଇ ୨୦୨୪ ରିଖ ଶୁକ୍ରବାର ଦିନ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ୟାନ୍ସ ସ୍କୁଲ୍ ଆଣ୍ଡ ଗ୍ରୁପ୍ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ସଭାପତି ଭାବରେ ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାଶ ଯୋଗଦାନ କରି କରୋନାର ନୂଆ ଭୁତାଣୁ ଦୂତ ଗତିରେ ସଂକ୍ରମଣକୁ ବଢାଉଅଛି। କରୋନାର ନୂଆ ଭୁତାଣୁ FLiRT ଭାରତ, ଆମେରିକା ଏବଂ ସିଙ୍ଗାପୁର ସମେତ ବିଭିନ୍ନ ଦେଶରେ ବଢ଼ିବାରେ ଲାଗିଛି। ଭାରତୀୟ SARS -Cov-2 ଟିମ୍ ଦ୍ଵାରା ମିଳିଥିବା ସୂଚନା ଅନୁଯାୟୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୫୦ରୁ ଅଧିକ ରହିଛି। ଏହା ଓମିକ୍ରନ୍ ଠାରୁ ଅଧିକ ମାତ୍ରାରେ ସଂକ୍ରମିତ ହୋଇପାରେ। ବିଶେଷଜ୍ଞ ମାନେ ଏହାକୁ KP-1 ଓ KP-2କୁ FLiRT ନାମ କରଣ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟତମ ସମୀକ୍ଷକ ଭାବରେ ଡଲଫିନ ଡ୍ୟାନ୍ସ୍ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର୍, ବିଶ୍ଵନାଥ ମଲ୍ଲିକ, ଅମର କୁମାର୍ ଜେନା, ରୂପା ରାଣୀ ପାତ୍ର ଆଦି ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ଆଉ କିଛି ଦିନ ଆଗକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here