କିଆଝର ଉପର ଟମକା ଠାରେ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟମକା ଥାନା କିଆଝର ପଞ୍ଚାୟତ ଉପର ଟମକା ଠାରେ ଏକ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ! ସୂଚନା ମୁତାବକ ମୃତକ ଯୁବକ ଜଣକ ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତ ମାଟିଗାଡିଆ ଗ୍ରାମର ସୁଶୀଲ କାରୁଆ ! ସେ କୌଣସି କାମରେ ତାଙ୍କ ବଡ ବାପା ଘର ଟମକା ଥାନା ଅନ୍ତର୍ଗତ କିଆଝର ଉପର ଟମକା ଯାଇଥିଲେ । ଗତ କାଲି ସୁଶୀଲ କାରୁଆଙ୍କୁ କେହି ମାରି ଟାଙ୍ଗି ଦେଇଛନ୍ତି ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ମୃତ୍ୟ ସମ୍ପର୍କରେ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *