ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବାରେ ବିଜୟୀ ପ୍ରାର୍ଥୀଙ୍କ ବିଜୟ ଶୋଭାଯାତ୍ରା ! ବଡମ୍ବା ରେ ବିଜୟ ଦଳ ବେହେରା ଙ୍କର ବିଶାଳ ବିଜୟ ଶୋଭାଯାତ୍ରା । ସାମିଲ ହେଲେ କଟକ ସାଂସଦ ଭର୍ତ୍ତୁହରି ମହତାବ। ପ୍ରଥମେ ନବ ନିର୍ବାଚିତ ସାଂସଦ ଙ୍କୁ ବିଧାରପୂର ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ ଶତାଧିକ କର୍ମୀ । ତାପରେ ବିଶାଳ ରୋଡ଼ ସୋ ରେ ମା ଭଟ୍ଟାରିକା ମନ୍ଦିର ଅଭିମୁଖେ ବାହାରିଥିଲେ । ବାଟରେ ବିଭିନ୍ନ ଛକ ଅଭିମାନପୁର, ମାଣିଆବନ୍ଧ, ମହୁଲିଆ ଏବଂ ବଡବାରସିଂହ ଠାରେ ଦଳୀୟ କର୍ମୀ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରେ ବଡ଼ମ୍ବା ଗାନ୍ଧୀ ଛକ ଠାରେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ନବ ନିର୍ବାଚିତ ବିଧାୟକ ଏବଂ ସାଂସଦ ଭର୍ତ୍ତୃହରି ମହତାବ । ବିଜେପି ଜିନ୍ଦାବାଦ ନାରା ରେ କମ୍ପୁଥିଲା ରୋଡ଼ ସୋ । ବଡମ୍ବାର ଆରାଧ୍ୟ ଦେବୀ ମା ଭଟ୍ଟାରିକା ଙ୍କ ଦର୍ଶନ କରିଥିଲେ । ପରେ ଭଟ୍ଟାରିକା ଠାରେ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଦୁଇ ବିଜେତା । ସଭା ମଞ୍ଚରେ ଜଗନ୍ନାଥ ଙ୍କ ପ୍ରତିମା ରେ ପୁଷ୍ପ ମାଲ୍ୟ ପ୍ରଦାନ ପରେ ଦୁଇ ବିଜେତା ପ୍ରାର୍ଥୀ ଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ସଭା ମଞ୍ଚରେ ଦୁଇ ନବ ନିର୍ବାଚିତ ପ୍ରାର୍ଥୀଙ୍କୁ ଅଞ୍ଚଳ ବାସୀ ବିପୁଳ ଭୋଟ ଦେଇ ବିଜେତା କରିଥିବା ରୁ ଅଞ୍ଚଳ ବାସୀ ଙ୍କୁ ହୃଦୟର ସହ କୃତଜ୍ଞତା ଜ୍ଞାପନ କରିଥିଲେ ବିଧାୟକ ଏବଂ ସାଂସଦ ।
ବଡମ୍ବାରେ ବିଜୟୀ ପ୍ରାର୍ଥୀଙ୍କ ବିଜୟ ଶୋଭାଯାତ୍ରା !!!

