ଅମ୍ରିତା ଫାଉଣ୍ଡେସନ ତରଫରୁ ଭାପୁର ବିବେକାନନ୍ଦ ଶିକ୍ଷାଶ୍ରମ ରେ ନିଆରା କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ଭାପୁର ବ୍ଲକ ରେ ନୂଆକରି ଗଢ଼ି ଉଠିଥିବା ଅମ୍ରିତା ଫାଉଣ୍ଡେସନ ତରଫରୁ ଆଜି ଭାପୁର ମାନପୁର ସ୍ଥିତ ବିବେକାନନ୍ଦ ଆଶ୍ରମ ସ୍କୁଲ୍ ରେ ନିଆରା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଫାଉଣ୍ଡେସନ ର ମୁଖ୍ୟ ବିଶ୍ୱଜିତ ବାରିକ ପ୍ରଥମେ ଛୋଟ ଛୋଟ ପିଲା ମାନଙ୍କୁ ଭେଟି ସେମାନଙ୍କ ଭଲ ମନ୍ଦ ପଚାରିବା ସହ ସେମାନଙ୍କ ସହିତ କିଛି ସମୟ ବିତାଇ ଥିଲେ l ଅମ୍ରିତା ଫାଉଣ୍ଡେସନ ର ଅଧକ୍ଷ ବିଶ୍ୱଜିତ୍ ବାରିକ, ଆଶ୍ରମ ର ମୁଖ୍ୟ ଶ୍ରୀହରି ମହାରାଜ , ଆଶ୍ରମ ର ସଭlପତି ରମେଶ ବରାଡ଼, ବରିଷ୍ଠ ସାମ୍ବାଦିକ ଗୀତିକାନ୍ତ ପଣ୍ଡା ଓ ସାମ୍ବାଦିକ ପ୍ରଭାତ ବରାଡ଼ ଓ ଶ୍ରୀକାନ୍ତ ରାଉତ ଯୋଗ ଦେଇଥିଲେ l ଆଶ୍ରମ ର ମହାରାଜ ଶ୍ରୀ ହରି ପ୍ରଥମେ ରାମକୃଷ୍ଣ ପରମହଂସ ଙ୍କ ଆଳତି କରିବା ସହ ପୂଜାର୍ଚନା କରିଥିଲେ ଏବଂ ଆଶ୍ରମ ର କୁନି କୁନି ପିଲା ମାନେ ଶ୍ଳୋକ ଗାନ କରିଥିଲେ l ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଶ୍ରୀ ପଣ୍ଡା ଓ ଅମ୍ରିତା ଫାଉଂଡେସନ ମୁଖ୍ୟ ବିଶ୍ୱଜିତ ବାରିକ ପିଲା ମାନଙ୍କୁ କିଛି ନୀତି ଶିକ୍ଷା ଦେବା ସହ ସେମାନେ କିଭଳି ଆଧ୍ୟାତ୍ମିକ ଚେତନା ର ବଶବର୍ତ୍ତୀ ହୋଇ ଜଣେ ସଂସ୍କାରି ମଣିଷ ହୋଇ ନିଜର ଭବିଷ୍ୟତ ଗଢି ପାରିବେ ସେନେଇ ପରାମର୍ଶ ଦେଇଥିଲେ l ଆଶ୍ରମ ର ମହାରାଜ ଶ୍ରୀହରି ବିବେକାନନ୍ଦ ଙ୍କ ଜୀବନୀ ଉପରେ କିଛି ବକ୍ତବ୍ୟ ରଖିଥିଲେ l ଶେଷ ରେ ଅମ୍ରିତା ଫାଉଂଡେସନ ତରଫରୁ କୁନି କୁନି ପିଲାମାନଙ୍କୁ ଖାତା, ପେନ, ଓ ଜଳଖିଆ ବଣ୍ଟନ କରାଯାଇଥିଲା l ଅମ୍ରିତା ଫାଉଂଡେସନ ତରଫରୁ ଏଭଳି ଏକ ନିଆରା କାର୍ଯ୍ୟକ୍ରମ କୁ ପିଲାମାନେ ବେଶ ଉପଭୋଗ କରିବା ସହ ଖୁସି ଅନୁଭବ କରିଥିଲେ l ଆଗାମୀ ଦିନରେ ଅମ୍ରିତା ଫାଉଂଡେସନ ସଦାବେଳେ କିଛି ନl କିଛି ସମାଜ କଲ୍ୟାଣ କାମରେ ନିଜକୁ ନିୟୋଜନ ରଖିବ ବୋଲି ଫାଉଂଡେସନ ର ମୁଖ୍ୟ ବିଶ୍ୱଜିତ ବାରିକ କହିଛନ୍ତି l

Leave a Reply

Your email address will not be published. Required fields are marked *