କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସାଂସ୍କୃତିକ ସଙ୍ଗଠନ ପଞ୍ଚପୁଷ୍ପ କଳା ସଂସଦ,କଟକ ପକ୍ଷରୁ ଅନୁଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତ,ନୃତ୍ୟ ଓ ଚିତ୍ରକଳା ଉତ୍ସବ – ୨୦୨୪ ଶ୍ରୀରାମ ଚଂଦ୍ର ଭବନରେ ଅନୁଷ୍ଠିତ ହୋଇ କଳା,ଅଭିନୟ,ନିର୍ଦ୍ଦେଶନା ସମାଜସେବା ଦିଗରେ ଉଲ୍ଲେଖନୀୟ କୃତିତ୍ୱ ନେଇ ସରସ୍ଵତୀ କଳା ପରିଷଦ କନ୍ଦରପୁର ସଂପାଦକ ବିଶିଷ୍ଟ ନାଟ୍ୟକାର ଗୁରୁ ଆଶୋକ କୁମାର ପଟ୍ଟନାୟକଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ଏହି ସଭାରେ ଗୁରୁ ଶରତ ଚଂଦ୍ର ଉତ୍ତରାୟ,ଗୁରୁ ଅକ୍ଷୟ ଓଝା,ସରସ୍ଵତୀ କଳା ପରିଷଦ କନ୍ଦରପୁର କୋଷଧକ୍ଷ ଇଂ.ସେବକ ଶ୍ରୀକାନ୍ତ,ସଙ୍ଗଠକ ଦୁର୍ଗା ପ୍ରସାଦ ପରିଡ଼ା,କଣ୍ଠ ଶିଳ୍ପୀ ଅମୀୟ, ଅଭିନେତା ବିଶ୍ୱଜିତ,ସମାଜସେବୀ ପପିନା ପ୍ରମୁଖ ଉପସ୍ଥିତ ଥିଲେ । ସେ କଳା,ସାହିତ୍ୟ,ସଂଗୀତ,ନୃତ୍ୟର ବିକାଶ ନେଇ କନ୍ଦରପୁର କଳା ବିହାର ଠାରେ ସରସ୍ଵତୀ ସଂଗୀତ ବିଦ୍ୟାଳୟ ପ୍ରତିଷ୍ଠା କରି ପିଲା ମାନଙ୍କୁ ଶିକ୍ଷାଦାନ ସେବାରେ ନିମଗ୍ନ ।
ସରସ୍ଵତୀ କଳା ପରିଷଦର ବରେଣ୍ୟ ସଂପାଦକ ଗୁରୁ ଆଶୋକ କୁମାର ପଟ୍ଟନାୟକ ସମ୍ବର୍ଦ୍ଧିତ !!!

