ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରିଲେ ଉତ୍ତ୍ୟକ୍ତ ଜନତା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଟିପିସିଓଡିଏଲ ସବ-ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଏବେ ଚାଲିଛି ଗ୍ରୀଷ୍ମର ରାଜୁତି। ସଂଧ୍ୟା ପର୍ଯ୍ୟନ୍ତ ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ଲକ୍ଷ୍ୟ କରାଯାଇଛି। କେବଳ ଗରମ ନୁହେଁ ବିଦ୍ୟୁତର ଲୁଚକାଳି ଖେଳ ଅସହ୍ୟ କରିସାରିଲାଣି । ଘନଘନ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବାହାରେ ଗରମରେ ସିଝୁଥିବା ବେଳେ ଏପଟେ ଘରେ ବିଦ୍ୟୁତ ଯନ୍ତ୍ରଣାରୁ ଲୋକଙ୍କୁ ଆଉ ତ୍ରାହି ନାହିଁ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଛତାରେ ଥିବା ବିଦ୍ୟୁତ ବିଭାଗର ଟିପିସିଓଡିଏଲ ସବ-ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସ୍ଥାନୀୟ ଉପଭୋକ୍ତା ମାନେ ବିଭିନ୍ନ ସମସ୍ୟା ନେଇ ଧାରଣା ଦେଇଥିବା ଜଣାପଡ଼ିଛି। ଲୋ ଭୋଲଟେଜ ,ପାୱାର କଟ ଆଦି ସମସ୍ୟା କୁ ନେଇ ବିଦ୍ୟୁତ ବିଭାଗର ସବ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଧାରଣାରେ ସ୍ଥାନୀୟ ଅଞ୍ଚଳର ୨୦୦ ରୁ ଉର୍ଦ୍ଧ୍ବ ଉପଭୋକ୍ତା ମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *