ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ମା ମଙ୍ଗଳା ସାହିତ୍ୟ ରଚନା ଅନୁଷ୍ଠାନ ରେ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ଙ୍କ ମହାସ୍ନାନ ଉପରେ ଗୁଗୁଲ୍ ମିଟ୍ ରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା ଗୀତାଞ୍ଜଳୀ ମିଶ୍ର ସମସ୍ତ ଙ୍କୁ ସ୍ୱ।ଗତ କରିଥିଲେ । କୋଶଲି କୁଇନ୍ ନାରୀ ରତ୍ନ ମୀରା ବାଈ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ପାଦକ ନରୋତ୍ତମ ଦାସ କବିତା ଆସର ସଂଯୋଜନା କରିଥିଲେ । ସହ ସମ୍ପାଦକ ତୁଳାରାମ ମାଝୀ ସମସ୍ତ ଙ୍କ କବିତା ଶୁଣି ପ୍ରେରଣା ଦେଇ ସୁନ୍ଦର ଭଜନ ଗାଇଥିଲେ । ଯମୁନା ମହାପାତ୍ର ମିଶ୍ର, ସରସ୍ୱତୀ ମିଶ୍ର, ନିରୁପମା ମିଶ୍ର, ଉମାବଲ୍ଲଭ ଷଡ଼ଙ୍ଗୀ , ବାସନ୍ତୀ ଗୁରୁ, ଅଭିନବ ପଟ୍ଟନାୟକ, ଜଗଜ୍ଜୀବନ ଦଣ୍ଡସେନା, ଯଶୋବନ୍ତୀ ନାୟକ , ଟୁପେସ୍ ତ୍ରୀପାଠୀ, ସ୍ୱପ୍ନିକା ସାହୁ ସୁନ୍ଦର ଭାବରେ ନିଜର କବିତା ମାନ ପାଠ କରିଥିଲେ ।
ଗୁଗୁଲ୍ ମିଟ୍ ରେ କବିତା ଆସର !!!

