କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ମଲ୍ଲିପୂର ଗ୍ରାମର ସ୍ଵାଧୀନତା ସଂଗ୍ରାମର ବୀର ପୁରୁଷ ବିନୋଦ କାନୁନଗୋ ଓଡ଼ିଆ ବିଶ୍ଵ କୋଷ ( ଜ୍ଞାନ ମଣ୍ଡଳରେ ରଚୟିତା ) ପ୍ରବୀଣ ସାମ୍ବାଦିକ, ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ପୁଣ୍ୟତିଥିରେ ୪୨ ମୌଜାର ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସଭାପତି ଶିକ୍ଷାବିତ୍ ସରୋଜ ନଳିନୀ ପରିଜାଙ୍କ ସଭାପତିତ୍ବରେ ହୋଇଯାଇଛି । ସଭାରେ କାର୍ଯ୍ୟକାରୀ ସଭାପତି ଅଭୟ ଦାସ, ମିହିର ନାୟକ, ଶ୍ରାବନ୍ତିକା ମହାନ୍ତି, ରାଧା ମୋହନ ଷ୍ଟଡି ସର୍କଲର ଛାତ୍ରଛାତ୍ରୀ ତେଜସ୍ଵୀନୀ ଦାସ, ବିଜୟ ଲକ୍ଷ୍ମୀ ପଣ୍ଡା, ସୁପ୍ରିୟା ମହାନ୍ତି , ଶୁଭଲକ୍ଷ୍ମି ମହାନ୍ତି, ସ୍ମୃତି ପ୍ରଜ୍ଞା ଦାସ, ରାକେଶ ଦାସ, ସ୍ନେହ ଜେନା , ଅଦ୍ୟଶା ବେହେରା, ସୌରଭ ବେହେରା, ପ୍ରସନ୍ନ ସ୍ୱାଇଁ, ଅଭିଷେକ ମହାନ୍ତି, କାଜଲ ମହାନ୍ତି, ଲକ୍ଷ୍ମୀପ୍ରିୟା ମହାନ୍ତି, ବଦ୍ରି ନାରାୟଣ ମହାନ୍ତି, ଶୁଭରାଜ ମହାନ୍ତି ପ୍ରଭୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କୁ ସଦର ମାଟିରେ ଶ୍ରଦ୍ଧାଞ୍ଜଳି !!!

