ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ତରଫରୁ ବ୍ୟାଙ୍କ ଋଣ ମେଳା ବ୍ୟବସ୍ଥା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ-ଗଜପତି ଦ୍ୱାରା ଆଦ୍ୟ ତା 24.06.2024 ରିଖ ସକାଳ 10.00 ଘଣ୍ଟିକାରେ 100 ଜଣ ମହିଳା ଉଦ୍ୟୋଗୀ ମାନଂକୁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ -ରାୟଗଡା ତରଫରୁ ଏକ ବ୍ୟାଙ୍କ ଋଣ ମେଳା ଦେବାର ବ୍ୟବସ୍ଥା କରାଯାଇଥିଲା l ଏହି ଋଣ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଭାତ ସିହ୍ନl ଆଞ୍ଚଳିକ ଉପ-ମୁଖ୍ୟ ପ୍ରବନ୍ଧକ, ରାୟଗଡା, ଶ୍ରୀ ସବ୍ୟସାଚୀ ସାହୁ, ମୁଖ୍ୟ ପ୍ରବନ୍ଧକ(ଋଣ ବିଭାଗ)-ରାୟଗଡା,ଶ୍ରୀ ମହେଶ୍ୱର ମଣ୍ଡଳ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ -ଗଜପତି ଏବଂ ଏଥିରେ ସମସ୍ତ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ପ୍ରବନ୍ଧକ ଯଥା ଶ୍ରୀ ଦେବବ୍ରତ ପାତ୍ର, ଶାଖା ପ୍ରବନ୍ଧକ, ଶାଖା-2,ଶ୍ରୀ ପି.ରାକେଶ ପଟ୍ଟନାୟକ, ଶାଖା ପ୍ରବନ୍ଧକ, ଯାଜପୁର, ପାରଳାଖେମୁଣ୍ଡି ଶାଖା-1,ଶ୍ରୀ କେ. ଶ୍ରୀନିବାସ, ପୂର୍ବ-ଶାଖା ପ୍ରବନ୍ଧକ,ଶ୍ରୀମତୀ କେ. ଭାରତୀ, ନୂତନ ଶାଖା ପ୍ରବନ୍ଧକ,ରାଣୀପେଟା ଶାଖା, ଶ୍ରୀମତି ଏ. ସ୍ବର୍ଣ୍ଣ ପ୍ରିୟା, ଅଫିସର, ବଜାର ଶାଖା-1ଏବଂ କାଶୀନଗର ଶାଖା ଏବଂ ଅନାନ୍ୟ ପଦାଧିକାରୀ ଉପସ୍ଥିତ ରହି ଋଣ ଦେବା କାର୍ଯ୍ୟକ୍ରମ କୁ ସୂଚାରୁପେ ପରିଚାଳନା କରିଥିଲେ ଏବଂ ଋଣ ନେଇ ଆଗ ଦିନରେ କିଭଳି ଏକ ଉତ୍ତମ ସ୍ୱାରୋଜଗାରୀ ରୁ ଉଦ୍ୟାଗୀ ହୋଇ ନିଜର ଏବଂ ସମାଜ ମଙ୍ଗଳ କରିପାରିବେ ବୁଝା ଯାଇଥିଲା । ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଶ୍ରବଣ କୁମାର ପ୍ରଧାନ ସଭାପତିତ୍ଵ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷା ଲାଭ କରୁଥିବା ପ୍ରଶିକ୍ଷାର୍ଥୀ ତଥା ନୂଆ ଏବଂ ପୁରାତନ ମହିଳା ଉଦ୍ୟୋଗୀ ମାନେ ଉପସ୍ଥିତ ଥିଲେ । ଏହି ସଭାରେ ଅନୁଷ୍ଠାନର ପାଠ୍ୟ ସଂଯୋଜକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଏବଂ ଶ୍ରୀ ପ୍ରଦୀପ କୁମାର ଦାସ ତଥା ସମସ୍ତ ସହକାରୀ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାର ରୂପେ ପରିଚାଳନା କରିଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।

 

Leave a Reply

Your email address will not be published. Required fields are marked *