ମା ଚର୍ଚ୍ଚିକା କୃଷି ଉତ୍ପାଦନ କେନ୍ଦ୍ରର ମୁଗ ମଣ୍ଡି ଉଦଘାଟନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଡମପଡ଼ା ବ୍ଲକ ଗୋପାଳପୁର ଠାରେ ମା’ଚର୍ଚ୍ଚିକା କୃଷି ଉତ୍ପାଦକ କମ୍ପାନୀ ପକ୍ଷରୁ ଏକ ମୁଗ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଓଡ଼ିଶା ଲାଇଭ୍ ହୁଡ୍ ଅଲଟର ନେଟିଭ୍‌ର ମୁଖ୍ୟ ସମ୍ବିତ ତ୍ରିପାଠୀ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆଇନଜୀବୀ ଅଜୟ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ନାଫେଡ୍ ଓଡ଼ିଶାର ମୁଖ୍ୟ ପରିଚାଳକ ଅନୁଦିତା ପୁହା, ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ବିଶ୍ୱନାଥ ଦାସ, ମାର୍କଫେଡ୍ ଏରିଆ ମ୍ୟାନେଜର ଭାଗିରଥି ବିଶ୍ୱାଳ, ଲାଇଭ୍‌ହୁଡ୍ ମ୍ୟାନେଜର ସତ୍ୟଜିତ୍ ସାହୁ, ଉପଦେଷ୍ଟା ଉମେଶ ଚନ୍ଦ୍ର ମଲ୍ଲିକ, ସହକାରୀ ମ୍ୟାନେଜର ମାଫେଡ୍ ଗୋବିନ୍ଦ ମୁର୍ମୁ, ମଣ୍ଡି ମ୍ୟାନେଜର ସଂକେତ କୁମାର ପ୍ରଧାନ, ମା’ବାଉତୀ ଫାର୍ମରସ୍ କମ୍ପାନୀର ମୁଖ୍ୟପରିଚାଳକ ସରୋଜ ରଣା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ମଣ୍ଡିର ଉପାଦେୟତା ସଂପର୍କରେ କହିଥିଲେ । ରବି ଫସଲର ମଣ୍ଡି ବାଙ୍କୀରେ ଖୋଲିବା ଦ୍ୱାରା ଚାଷୀମାନେ ଉପକୃତ ହେବା ସହ ମୁଗର ଅଭାବୀ ବିକ୍ରି ରୋକିବାରେ ସହାୟକ ହୋଇପାରିବ ବୋଲି ଚାଷୀମାନେ ମତାମତ ଦେଇଥିଲେ । କାର୍ଯ୍ୟକ୍ରମକୁ ମା’ଚର୍ଚ୍ଚିକା କୃଷି ଉତ୍ପାଦକ ନିର୍ଦ୍ଦେଶକ ପଦ୍ମଲୋଚନ ନାୟକ, କବିରାଜ ଦାସ, ଜଗତମାତା ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ସିଦ୍ଧେଶ୍ୱର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *