ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବଜ୍ରପାତରେ ତିନି ଜଣଙ୍କ ଜୀବନ ଯାଇଥିବା ବେଳେ ଦୁଇ ଗୁରୁତର ଥିବା ଜଣାପଡିଛି । ଏମିତି ଦୁଃଖଦ ଘଟଣା ବରଗଡ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ଦେୱାନଡ଼ିହି ଗ୍ରାମରେ ଘଟିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ମିଳିଥିବା ସୂଚନା ଅନୁସାରେ ଦେୱାନଡ଼ିହି ଗାଁର ପାଞ୍ଚ ଜଣ ଲୋକ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ । ହେଲେ ହଠାତ ବର୍ଷା ଆସିଥିବା କାରଣରୁ ସେମାନେ ଘରକୁ ଯାଇ ପାରିନଥିଲେ । ବଜ୍ରାଘାତ କାରଣରୁ ତିନିଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ମୃତକ ମାନେ ହେଲେ ସୁଖଦେବ ବନଛୋର, ନିରୋଜ କୁମ୍ଭାର, ଧନୁର୍ଯ୍ୟ ନାୟକ ଏବଂ ଆହତ ମାନେ ହେଲେ ମନିରାମ ଲୁହାର ଓ ବୃନ୍ଦା ସାହୁ ! ଏହି ଘଟଣା କୁ ଗୁରତ୍ୱ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୃତକ ଙ୍କ ପରିବାର କୁ ଚାରି ଲକ୍ଷ ଟଙ୍କା ଅର୍ଥ ରାଶି ଘୋଷଣା କରିଛନ୍ତି ଓ ଆହତ ବ୍ୟକ୍ତି ଙ୍କୁ ସରକାର ସମସ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ କୁ କହିଛନ୍ତି !