ବରଗଡ଼ ( ଆୱାଜ ମିଡ଼ିଆ ) – ଭାରତୀ ଭୋଇ : ତ୍ୱରାନ୍ୱିତ ହେବ ବରଗଡ – ନୁଆଁପଡ଼ା ରେଳୱେ ଲାଇନ କାମ ! କାର୍ଯ୍ୟ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ପାଖରେ ଦାବୀ ଜଣାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ନୁଆଦିଲ୍ଲୀ ସ୍ଥିତ ରେଲୱେ ଭବନରେ ରେଳମନ୍ତ୍ରୀ ଶ୍ରୀ ଅଶ୍ମିନୀ ବୈଷ୍ଣବଙ୍କୁ ସକ୍ଷାତ କରି ବରଗଡ଼ ନୁଆଁପଡ଼ା ରେଲୱେ ଲାଇନ ତ୍ଵରାନ୍ନିତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ମନ୍ତ୍ରୀ ଶ୍ରୀ ବୈଷ୍ଣବ ଅଧିକାରୀ ମାନଙ୍କୁ ଡ଼ାକି ତୁରନ୍ତ ସମସ୍ତ ତଥ୍ୟ ସହ ଏହି ରେଲୱେ ଲାଇନ କାମ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ୨ ହଜାର କୋଟିର ଏହି ପ୍ରକଳ୍ପ ପାଇଁ ଆଗାମୀ ଦିନରେ କ୍ୟାବିନେଟ ଅନୁମୋଦନ ପାଇଁ ରେଲୱେ ବିଭାଗ ପ୍ରସୁତ ହେଉଥିବା ଜଣାପଡ଼ିଛି ।
ତ୍ୱରାନ୍ୱିତ ହେବ ବରଗଡ – ନୁଆଁପଡ଼ା ରେଳୱେ ଲାଇନ କାମ !!!

