ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜନ ସାଧାରଣ ଅସହ୍ୟ ଗରମ ସହିଲା ପରେ ବିଳମ୍ବରେ ହେଉପଛେ ମୌସୁମୀ ଆସିଛି | ମୌସୁମୀର ଆଗମନରେ ବର୍ଷା ହେବା ଭିତରେ ଆରମ୍ବ ହୋଇଛି ଚଳିତ ବର୍ଷର ବନ ମହୋତ୍ସବ ସପ୍ତାହ | ବାଙ୍କୀ ଡମପଡା ବ୍ଲକର ଅରପୁର ଗ୍ରାମ୍ୟ ମଙ୍ଗଳା ମନ୍ଦିର ରାସ୍ତା ପାର୍ଶ୍ୱରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ଏବଂ ପ୍ରତୀକ୍ଷା ସାହିତ୍ୟ ଓ ସେବା ଚାରିଟେବୁଲ ଟ୍ରଷ୍ଟର ମିଳିତ ଆୟୋଜନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଗାଁ ମହିଳା ମାନେ ଆଗଭର ହୋଇ ବୃକ୍ଷ ଲଗେଇବାରେ ସହଯୋଗ କରିଛନ୍ତି | ବନ ମହୋତ୍ସବ ପାଳନ ଏବଂ ପରିବେଶ ସୁରକ୍ଷା ଉପରେ ଗାଁ ମହିଳା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ ଏବଂ କଵି ଲଲାତେନ୍ଦୁ ପଣ୍ଡା ସଚେତନ କରାଇଥିଲେ | ବର, ଅଶ୍ୱତଥ, ଅଁଳା, ଆମ୍ବ, ଶାଗୁଆନ ପ୍ରମୁଖ ଗଛ ରାସ୍ତାର ଉଭୟ ପାର୍ଶ୍ୱରେ ଲଗା ଯାଇଥିଲା | ବନ ମହୋତ୍ସବ କାର୍ଯ୍ୟକ୍ରମରେ ଅଧ୍ୟାପିକା ମମତା ଜେନା, ମାମିନା ସ୍ୱାଇଁ, ସୁକାନ୍ତି ନାୟକ, ଆୟୁଷ ନାୟକ ପ୍ରମୁଖ ସହଯୋଗ କରିଥିଲେ |
ଅରପୁର ଗ୍ରାମରେ ବନ ମହୋତ୍ସବ ପାଳିତ !!!

