ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଦୀର୍ଘ ଦିନ ଧରି ବଡମ୍ବା ବ୍ଲକ କଲୋନୀ ସମ୍ମୁଖ ରେ ବେଆଇନ ଦୋକାନ ଘର କରି ଅବରୋଧ କରିଥିବା ଦୋକାନ ଗୁଡିକୁ ପ୍ରଶାସନିକ ଅଧିକାରୀ ଏବଂ ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତି ରେ ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜବରଦଖଲ ଉଛେଦ ପାଇଁ ବଡମ୍ବା ତହସିଲ ପକ୍ଷରୁ ହାଇକୋର୍ଟ ରେ ମାମଲା ରୁଜୁ କରାଯାଇଥିଲା । ଦୋକାନ ଭାଙ୍ଗିବା ନେଇ ହାଇକୋର୍ଟ ରୁ ନିର୍ଦ୍ଦେଶ ଆସିବା ପରେ , ସରକାରୀ ଜାଗା ଉପରେ ଥିବା ୧୮ ଟି ଦୋକାନ ଘର କୁ ଜେସିବି ମେସିନ୍ ସାହାଯ୍ୟରେ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ସମୟରେ କିଛି ଦୋକାନୀ ଜେସିବି ମେସିନ୍ ସମ୍ମୁଖ ରେ ଶୋଇ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ତହସିଲଦାର, ଉପଖଣ୍ଡ ପୋଲିସ ଅଧିକାରୀ ରବୀନ୍ଦ୍ର ମଲ୍ଲିକ, ବଡମ୍ବା ଥାନା ଅଧିକାରୀ ଶିବପ୍ରସାଦ ଭଦ୍ର ଦୋକାନୀ ମାନଙ୍କ ସହିତ ଆଲୋଚନ କରି ଦୋକାନ ରୁ ସାମଗ୍ରୀ କାଢିବା କିଛି ସମୟ ଦେଇଥିଲେ ! ଅଧିକାରି ମାନେ ଜିନିଷ ନେବା ପାଇଁ ୨ ଘଣ୍ଟା ସମୟ ଦେବା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।
ବଡମ୍ବା ବ୍ଲକ କଲୋନୀ ସମ୍ମୁଖ ରାଜପଥ କଡ଼ରୁ ଜବରଦଖଲ ଉଛେଦ !!!

