ଗଜପତିର ଅତିରିକ୍ତ ଜିଲ୍ଲାପାଳ ଦିବଙ୍ଗତ ବୀରେନ୍ଦ୍ର କୁମାର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିର ଅତିରିକ୍ତ ଜିଲ୍ଲାପାଳ ଦିବଙ୍ଗତ ବୀରେନ୍ଦ୍ର କୁମାର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ! ପ୍ରଗତି ମହିଳା ସଙ୍ଗଠନ ଓ ୟୁ.ଟେକ୍.କମ୍ପ୍ୟୁଟର ଏଜୁକେସନ୍ ସେଣ୍ଟର୍ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତନୁଜା ଶତପଥୀ ଅଧ୍ୟକ୍ଷତା କରିଥିଲେ ! ଶିକ୍ଷା ଅନୁଷ୍ଠାନର ସହ ପରିଚାଳକ ସବିତା ପଣ୍ଡିତ ପ୍ରାକ୍ ସୂଚନା ଦେବା ବେଳେ ପ୍ରଣବ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦିବଙ୍ଗତ ଅମ୍ଳାନ ପ୍ରତିଭା ବୀରେନ୍ଦ୍ର ମହାଶୟ ଏକାଧାରରେ ସେଥିଲେ ସୁଦକ୍ଷ ପ୍ରଶାସକ, କବି, ଲେଖକ, ତଥା ଜଣେ କଣ୍ଠ ଶିଳ୍ପୀ ମଧ୍ୟ । ଉକ୍ତ ଶୋକ ସଭାରେ କବି ବିଚିତ୍ରାନନ୍ଦ ବେବର୍ତ୍ତା, ଭାଗବତ ପାଢୀ, ହରିମୋହନ ପଟ୍ଟନାୟକ ଏବଂ ୟୁ. ଟେକ୍ ର ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇ ଅମ୍ଳାନ ଆତ୍ମା ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *