ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ନିର୍ମାଣ ହୋଇଥିବା ଶୌଚାଳୟର କାହା ପାଇଁ । ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କ ହିତ ଉଦେଶ୍ୟ ରେ ସହରର ବିଭିନ୍ନ ଜନ ଗହଳି ସ୍ଥାନରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି । ମାତ୍ର ତାହା କାମରେ ଆସେନାହିଁ । ଥରେ ଏ ଦୃଶ୍ୟ ଦେଖନ୍ତୁ ନ ଦେଖିଲେ ବିଶ୍ୱାସ କରିବେ ନାହିଁ । ଦେଖିଲେ ତ କିଭଳି ରହିଛି ପାରଳାଖେମୁଣ୍ଡି ର ଗୋଷ୍ଠୀ ଶୌଚାଳୟ ର ଅବସ୍ଥା ! କେଉଁଠି ଅଳିଆ ଆବର୍ଜନା ର ଗନ୍ତାଘର ର କୋଉଠି ଚାବି ପଡ଼ିଛି । ଅନ୍ୟ କୋଉଠି ଶୌଚାଳୟ ଅଛି , ମାତ୍ର ପାଣି ନାହିଁ । ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ତିଆରି କରାଯାଇଛି , ମାତ୍ର ଏବେ ସୁଦ୍ଧା ବହୁ ଜାଗାରେ ଚାବି ପଡ଼ି ରହିଛି ! ଅନ୍ୟ କୋଉଠି ପାଣି ବ୍ୟବସ୍ଥା ନାହିଁ , ଏବଂ ଆଉ କେତେକ ଜାଗାକୁ ଲୋକେ ଯିବା ସମୟରେ ସେଠାରେ କୁଢ଼ କୁଢ଼ ଅଳିଆ ରହିଛି । ଏଠାରେ ବୁଝି ହେଉଛି ଇଛା ଶକ୍ତିର ଅଭାବ , ତେଣୁ ରକ୍ଷଣାବେକ୍ଷଣର ଅଭାବ ତଥା ମୂଳରୁ ବ୍ୟବହାର ଉପଯୋଗୀ ହୋଇ ନଥିବାରୁ ଅଧିକାଂଶ ଶୌଚାଳୟ କାମରେ ଆସୁନି । ତେବେ ଦେଖିବାକୁ ବାକି ରହିଲା ପାରଳାଖେମୁଣ୍ଡି ପୌର ପରିଷଦ ର ନିଦ କେବେ ଭାଙ୍ଗୁଛି ।