ଆନନ୍ଦ ଉଲ୍ଲାସର ସହିତ ପାରଳାଖେମୁଣ୍ଡି ରେ ବାହୁଡା ଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆନନ୍ଦ ଉଲ୍ଲାସର ସହିତ ପାରଳାଖେମୁଣ୍ଡି ରେ ବାହୁଡା ଯାତ୍ରା ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗୁଣ୍ଡିଚା ବାଡି ଠାରେ ତିନୋଟି ରଥ ସଜବାଜ ହୋଇ ରହିଥିବା ବେଳେ ତିନି ଠାୁରଙ୍କୁ ନୀତି କାନ୍ତି ପରେ ପୂଜା ଅର୍ଚନା କରାଯାଇ ପହଣ୍ଡି କରାଯାଇଥିଲା ! ଶ୍ରୀବିଗ୍ରହ ରଥାରୁଢ଼ ହେବା ପରେ ଆଳତି ସହ ଛେରାପହଁରା କରାଯାଇ ଆରମ୍ଭ ହୋଇଛି ରଥ ଟଣା ! ଯାତ୍ରା ସକାଶେ ଭକ୍ତ ଙ୍କ ସୁଅ ଛୁଟୁଛି ପୁରପଲ୍ଲୀ ରୁ ! ସକାଳୁ ଝିପ୍ ଝିପ ବର୍ଷ। ଲାଗି ରହିଛି , ତାହା ସତ୍ତ୍ୱେ ଭକ୍ତଙ୍କ ସମାଗମ ରହିଛି । ଶାନ୍ତି ଶୃଙ୍ଖଳା ସକାଶେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ !

Leave a Reply

Your email address will not be published. Required fields are marked *