ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ପୂର୍ତ୍ତ ବିଭାଗ ର କର୍ମଚାରୀ ଙ୍କର ଦୀର୍ଘ ବର୍ଷ ହେଲା ବଦଳି ହୋଇନଥିବା ଦେଖିବାକୁ ମିଳିଛି ! ସରକାରୀ ନିୟମ ଅନୁସାରେ ତିନି ବର୍ଷ ହେଲେ ଅନ୍ୟତ୍ର ବଦଳି ହେବା କଥା, ତାହା ହେଉ ନାହିଁ ଯାହା ଫଳ ରେ ବିଭାଗ ର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଅଞ୍ଚଳ ବାସୀ ଅଟନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀ ଠାରୁ ଆରମ୍ଭ କରି ତୃତୀୟ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ କର୍ମଚାରୀ ମାନେ ଦଶ ବର୍ଷ ରୁ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବାର ଅଭିଯୋଗ ହେଉଛି । ଜିଲ୍ଲାରେ ବିକାଶ ସକାଶେ ଦୀର୍ଘ ଦିନ ହେଲା ରହିଥିବା କର୍ମଚାରୀ ଙ୍କୁ ବଦଳି ସକାଶେ ଦାବୀ ହଉଛି , ବିଭାଗ ପାଲଟିଛି ଦୁର୍ନୀତି ର ଗନ୍ତାଘର । ଏହା ସହ ବିଭାଗ ର ଦୁର୍ନୀତି ନେଇ ଖବର କାଗଜ ରେ ପ୍ରସାରଣ ହଉଥିବା ଦେଖିବାକୁ ମିଳୁଛି । ନୂତନ ସରକାର ବିଭାଗର କର୍ମଚାରୀ ଙ୍କୁ ତୁରନ୍ତ ବଦଳି କରିବା ଆବଶ୍ୟକତା ରହିଛି ।
ପୂର୍ତ୍ତ ବିଭାଗ କର୍ମଚାରୀ ଙ୍କ ବଦଳି କେବେ ???

