ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଶ୍ରାବଣ ମାସ ର ପ୍ରଥମ ସୋମବାରରେ ଚଳ ଚଞ୍ଚଳ ହୋଇ ଉଠିଛି କଟକ ଜିଲ୍ଲା ବଡ଼ମ୍ବା ବ୍ଳକ୍ ଗୋପୀନାଥପୁର ମହାନଦୀ ର ମଧ୍ୟ ଭାଗରେ ପଥୁରିଆ ପାହାଡ଼ ର ପାଦଦେଶରେ ବିରାଜିତ ବାବା ସିଂହନାଥ ପୀଠ । ସକାଳ ଭୋର୍ 3ଟା ରେ ମନ୍ଦିର ପହଡ଼ ଖୋଲିଥିଲା । ଠାକୁର ଙ୍କ ମଙ୍ଗଳ ଆଳତି , ଅବକାଶ ନୀତି, ସକାଳ ଭୋଗ ସମାପନ ପରେ ଭୋର୍ 4.30 ରେ ସର୍ବ ସାଧାରଣ ପାଇଁ ଦର୍ଶନ ଖୋଲା ଯାଇଥିଲା । ବୋଲ ବମ , ହରହର ବମ୍ ନାରା ରେ କମ୍ପୁଛି ପୀଠ ର ପରିବେଶ ! ଭକ୍ତ ଙ୍କ ସୁରକ୍ଷା ଦୃଷ୍ଟି ରୁ ମନ୍ଦିର ପରିବେଶ ରେ ପୋଲିସ ସୁରକ୍ଷା କରାଯାଇଥିଲା । ଧାଡ଼ି ମାଧ୍ୟମ ରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୋଲବମ୍ ଭକ୍ତ ମାନେ ବାବାଙ୍କୁ ଦର୍ଶନ କରିବା ସହିତ ବାବା ଙ୍କ ମସ୍ତକ ରେ ଜଳ ଲାଗି କରୁଥିବା ଦେଖିବକୁ ମିଳିଥିଲା । ବାବା ସିଂହନାଥ ବୋଲବମ୍ ସଙ୍ଘ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।
ଶ୍ରାବଣ ପ୍ରଥମ ସୋମବାରରେ ସିଂହନାଥ ପୀଠ ରେ ଜଳଲାଗି କଲେ ପାଞ୍ଚ ହଜାର ରୁ ଉର୍ଦ୍ଧ ଭକ୍ତ !!!

