ସାଧାରଣଜ୍ଞାନ ପ୍ରତିଯୋଗିତା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଭଟିଲି ବ୍ଲକ ଅର୍ନ୍ତଗତ ତେଜାଗୋଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ! ଏହି ପ୍ରତିଯୋଗିତା ରେ ୫୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ, ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ୩୦ ସଂଖ୍ୟା ଏକ ପ୍ରଶ୍ନ ପତ୍ର ଦିଆଯାଇଥିଲା ଓ ୩୦ ମିନିଟ୍ ର ଏକ ପ୍ରଶ୍ନ ପତ୍ର ପ୍ରଦାନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ୟୁଟୁବର ରେଶମା ଦୋରା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଦିଲିପ ଦାଶ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୋଗଦାନ ଦେଇ ଛାତ୍ରୀ ଓ ଛାତ୍ରୀ ମାନଙ୍କୁ ସାଧାରଣଜ୍ଞାନ ପ୍ରତିଯୋଗିତା ବିଷୟ ରେ ଆଲୋଚନା କରିଥିଲେ ! ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର ସମସ୍ତ ସହ ଶିକ୍ଷକ ସାହାଯ୍ୟ କରିଥିଲେ, କୃତି ଛାତ୍ର ଓ ଛାତ୍ରୀ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ ବିଦ୍ୟାଳୟ ରେ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସୂଚନ ପ୍ରଦାନ କରାଯାଇଛି ! ଏହି ପରିପ୍ରେକ୍ଷିରେ ୫ ଟି ବିଦ୍ୟାଳୟ ରେ ଏହି ପରି ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୧୫ ଜଣ କୃତି ପ୍ରତିଯୋଗୀ ମାନଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି ! ଶେଷରେ ବିଦ୍ୟାଳୟର ଚନ୍ଦ୍ରକାନ୍ତ ସାହୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସମାପ୍ତ ହୋଇଥିଲା l

Leave a Reply

Your email address will not be published. Required fields are marked *