କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବରିଷ୍ଠ ସାମ୍ବାଦିକ ଜମ୍ବେଶ୍ୱର ପଟ୍ଟନାୟକଙ୍କୁ ସାମ୍ବାଦିକ ଗୌରବ ସମ୍ନାନ ! ତାଳଚେରର ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଜମ୍ବେଶ୍ୱର ପଟ୍ଟନାୟକଙ୍କୁ କଳ୍ପନା ସାହିତ୍ୟ ସଂସଦ ” ପକ୍ଷରୁ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ଭବନ ଠାରେ ସାମ୍ବାଦିକ ଗୌରବ ସମ୍ନାନରେ ସମ୍ମାନୀତ କରାଯାଇଛି । ଦୀର୍ଘ ଦୁଇ ଦଶନ୍ଧି ରୁ ଅଧିକ ସମୟ ଧରି ବିଭିନ୍ନ ଛାପା ଗଣମାଧ୍ୟମରେ କାର୍ଯ୍ୟ କରିଥିବା ଶ୍ରୀଯୁକ୍ତ ପଟ୍ଟନାୟକ ଏବେ ଆୱାଜ ମିଡ଼ିଆ ର ତାଳଚେର ପ୍ରତିନିଧି ଭାବରେ କାର୍ଯ୍ୟରତ !

